କଟକ, ଅକ୍ଟୋବର ୯ : ପ୍ରେମିକା ଧାର ନେଇଥିବା ଟଙ୍କା ନଫେରାଇବାରୁ ବିଷ ପିଇ ଆତ୍ମହତ୍ୟା କଲା ପ୍ରେମିକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକର ଏକ ହୋଟେଲେ ରୁମ୍ରେ । ସୂଚନା ଅନୂସାରେ ପାରଦୀପ୍ ଅଞ୍ଚଳର ଜଣେ ଯୁବକ ଶ୍ରୀତମ୍ ସ୍ୱାଇଁ ନିଜ ପ୍ରେମିକାକୁ ପ୍ରାୟ ୨ ଲକ୍ଷ ଟଙ୍କା ଧାର ଦେଇଥିଲେ । ମାତ୍ର ଶ୍ରୀତମ୍ଙ୍କ ଟଙ୍କା ଆବଶ୍ୟକ ପଡିବାରୁ ଆଉ ଧରାଛୁଆଁ ଦେଲେ ନାହିଁ ପ୍ରେମିକା ଜଣଙ୍କ । ଏହାପରେ ଶ୍ରୀତମ୍ ବାରମ୍ବାର ଟଙ୍କା ମାଗିବାରୁ ଯୁବତୀ ଜଣଙ୍କ ନିଜ ପରିବାର ଲୋକ ତଥା ଭାଇଙ୍କୁ କହି ଶ୍ରୀତମ୍ଙ୍କୁ ମାଡ଼ ମାରିବା ସହିତ ହତ୍ୟା ଧମକ୍ ମଧ୍ୟ ଦେଉଥିଲେ । ଯାହାକୁ ନେଇ ଗତ କିଛି ଦିନ ହେବ ଶ୍ରୀତମ୍ ବହୁ ମାନସିକ ଚାପରେ ରହୁଥିଲେ ।
ମାତ୍ର ହଠାତ୍ କାଲି କଟକର ଏ ହୋଟେଲରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ଶ୍ରୀତମ୍ ସ୍ୱାଇଁ । ବିଷ ପିଇବା ପରେ ଗୁରୁତର ଅବସ୍ଥାରେ ଶ୍ରୀତମ୍ ନିଜ ପରିବାର ଲୋକଙ୍କୁ ଭିଡିଓ କଲ କରି ଜଣାଇବା ପରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା ମାତ୍ର ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ଶ୍ରୀତମ୍ଙ୍କ ମୃତ୍ୟୁ ହୋଇଛି । ଏହାପରେ ଶ୍ରୀତମ୍ଙ୍କ ପରିବାର ଲୋକଙ୍କ ପକ୍ଷରୁ ମଙ୍ଗଳାବାଗ୍ ଥାନାରେ ଏତଲା ଦିଆଯିବା ସହିତ ଯୁବତୀଙ୍କୁ ଯଥାଶୀଘ୍ର ଗିରଫ କରିବା ପାଇଁ ଦାବି କରାଯାଇଛି । ମୃତ ଶ୍ରୀତମ୍ ସ୍ୱାଇଁ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବିଟେକ୍ ଶେଷ ବର୍ଷରେ ପଢୁଥିବା ଜଣାପଡିଛି ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା