Headlines Odisha Tv

An Odia News Portal

ବିଶ୍ୱକପରୁ ବିଦାୟ ପରେ ପର୍ତ୍ତୁଗାଲ ସହ ୮ ବର୍ଷର ସମ୍ପର୍କ ତୁଟାଇଲେ ସାଣ୍ଟୋସ୍‌

ଢାକା: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭଲ ବ୍ୟାଟିଂ କରିବା ପରେ ଟିମ୍ ଇଣ୍ଡିଆ ବୋଲିଂରେ ବି କମାଲ୍ କରିଛି। ଭାରତୀୟ ବୋଲରଙ୍କୁ ସାମ୍ନା କରି ନପାରି ବାଲାଂଦେଶ ଗୁରୁବାର ଷ୍ଟମ୍ପ ଅପସାରଣ ବେଳକୁ ପ୍ରଥମ ଇନିଂସରେ ୮ ୱିକେଟ୍ ହରାଇ ମାତ୍ର ୧୩୩ ରନ୍ କରିଛି। ଭାରତୀୟ ଦଳ ଆଜି ପ୍ରଥମ ଇନିଂସରେ ୪୦୪ ରନ୍‌ରେ ଅଲ୍‌ଆଉଟ୍ ହୋଇଯିବା ପରେ ବାଂଲାଦେଶ ଟିମ୍ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ତେବେ ଦଳକୁ ପ୍ରଥମ ଓଭରର ପ୍ରଥମ ବଲ୍‌ରେ ଲାଗିଥିଲା ପ୍ରଥମ ଝଟକା। ଆଉଟ୍ ହୋଇଯାଇଥିଲେ ନଜମୁଲ ହୁସୈନ ଶାନ୍ତୋ। ସେ ଖାତା ଖୋଲି ପାରି ନଥିଲେ। ମହମ୍ମଦ ସିରାଜଙ୍କ ବଲ୍‌ରେ ସେ ଋଷଭ ପନ୍ତଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ନଜମୁଲ ଆଉଟ୍ ହୋଇଯିବା ପରେ କ୍ରିଜ୍‌କୁ ଆସିଥିଲେ ୟାସିର ଅଲି। ହେଲେ ସେ ବି ତିଷ୍ଠି ନଥିଲେ। ୧୭ଟି ବଲ୍‌ରୁ ମାତ୍ର ୪ ରନ୍ କରିଥିବା ବେଳେ ୩.୩ ଓଭରରେ ଉମେଶ ଯାଦବ ତାଙ୍କୁ ବୋଲ୍ଡ କରି ଦେଇଥିଲେ। ଅଳ୍ପ ଓଭର ବ୍ୟବଧାନରେ ଦୁଇଟି ୱିକେଟ୍ ହରାଇବା ପରେ ଜାକିର ହାସନ ଓ ଲିଟନ ଦାସ ଇନିଂସକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ। କିନ୍ତୁ ସେମାନଙ୍କୁ ସଫଳତା ମିଳି ନଥିଲା। ୧୩.୨ ଓଭରରେ ଲିଟନ ଦାସ ଆଉଟ୍ ହୋଇଯାଇଥିଲେ। ସେତେବେଳକୁ ଦଳୀୟ ସ୍କୋର ୩୯ରେ ପହଞ୍ଚିଥିଲା। ଲିଟନ ୩୦ଟି ବଲ୍‌ରୁ ୫ଟି ଚୌକା ସହାୟତାରେ ୨୪ ରନ୍ କରିଥିଲେ। ସେ ମହମ୍ମଦ ସିରାଜଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ। ଲିଟନ ଆଉଟ୍ ହେବାର ୪ ଓଭର ପରେ ଜାକିର ହାସନ ଆଉଟ୍ ହୋଇଯାଇଥିଲେ। ସେ ୪୫ଟି ବଲ୍‌ରୁ ୨୦ ରନ୍ କରିଥିବା ବେଳେ ମହମ୍ମଦ ସିରାଜଙ୍କ ବଲ୍‌ରେ ଋଷଭ ପନ୍ତଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।