ପାଟନା: ବିମାନରେ ମଦ ପିଇ ଗିରଫ ହେଲେ ଦୁଇ ଯାତ୍ରୀ । ପାଟନା ବିମାନବନ୍ଦରରେ ଦୁଇ ଜଣ ଯାତ୍ରୀଙ୍କୁ ଗିରଫ କରାଯାଇଛି । ଦିଲ୍ଲୀରୁ ପାଟନା ଆସୁଥିବା ଇଣ୍ଡିଗୋର ଏକ ବିମାନରେ ଦୁଇଜଣ ଯାତ୍ରୀ ମଦ ପିଇଥିବା ଅଭିଯୋଗ ହୋଇଥିଲା । ଏନେଇ କ୍ର୍ୟୁ ମେମ୍ବର ଜାଣିବା ପରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରଙ୍କୁ ଜଣାଇଥିଲେ। ଏହି ଖବର ବିମାନର କ୍ୟାପଟେନଙ୍କ ପାଖରେ ପହଞ୍ଚିବା ପରେ ସେ ଏହି ବିବାଦର ସମାଧାନ ପାଇଁ ମଝିକୁ ଆସିଥିଲେ । ହେଲେ କ୍ୟାପଟେନଙ୍କୁ ମଧ୍ୟ ୩ ଯୁବକ ଦୁର୍ବ୍ୟହାର କରିବା ସହ ମାଡ ମାରିଥିଲେ । ବିମାନଟି ଲ୍ୟାଣ୍ଡି କରିବା ପରେ ଘଟଣା ସମ୍ପର୍କରେ ତୁରନ୍ତ ସିଆଇଏସଏଫକୁ ଏହି ସୂଚନା ଦିଆଯାଇଥିଲା ।
ପାଟନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ କରିଛି , ଏବେ ସେମାନଙ୍କୁ ପଚରାଉଚରା କରାଯାଉଛି । ଜଣେ ଯୁବକ ବିମାନ ବନ୍ଦରରୁ ବାହାରି ଖସି ଯାଇଥିବା କୁହାଯାଉଛି। ପୂର୍ବରୁ ଏୟାର ଇଣ୍ଡିଆ ବିମାନରେ ଜଣେ ବରିଷ୍ଠ ମହିଳାଙ୍କୁ ଦୁର୍ବବ୍ୟହାର କରିବା ଅଭିଯୋଗରେ ଜଣକୁ ଗିରଫ କରାଯାଇଛି।
ବିମାନରେ ମଦ ପିଇ ଗିରଫ ହେଲେ ଦୁଇ ଯାତ୍ରୀ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ