ବାଲେଶ୍ୱର, ଅକ୍ଟୋବର ୧୮ : ବିପଦ ସଂକେତ ଟପିଲା ଜଳକା ନଦୀର ଜଳସ୍ତର । ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବାଲେଶ୍ୱର ଜିଲ୍ଲା ବସ୍ତା ଅନ୍ତର୍ଗତ ମଥାନୀଠାରେ ବିପଦ ସଂକେତ ଟପିଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ ।
ବସ୍ତା ଓ ବାଲେଶ୍ୱର ସଦର ବ୍ଲକର ବିଭିନ୍ନ ପଞ୍ଚାୟତର ତଳି ଅଞ୍ଚଳରେ ଥିବା ଗାଁରେ ଜଳକାର ପାଣି ପଶିଛି । ରାସ୍ତାରେ ଓ ଲୋକଙ୍କ ଘରେ ପଶିଛି ପାଣି ମଥାନୀଠାରେ ଏବେ ୬.୦୨ ମିଟର ଜଳସ୍ତର ରହିଛି । ଏଠାରେ ଜଳକାର ବିପଦ ସଙ୍କେତ ସ୍ତର ରହିଛି ୫.୫୦ ମିଟର । ଆଜି ବାଲେଶ୍ୱର ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାରୁ ଜଳକାର ଜଳସ୍ତର ବଢ଼ିବା ଆଶଙ୍କା କରାଯାଉଛି ।
More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ