ବିନିକା ୧୬।୦୪ : ପ୍ରଚଣ୍ଡ ଖରାରେ ଆଉଟୁ ପାଉଟୁ ହେଉଛି ସାରା ଓଡ଼ିଶା l ଗତ କିଛି ଦିନ ହେବ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ସୋନପୁର ଜିଲ୍ଲା l ଦିନକୁ ଦିନ ଖରାର ମାତ୍ରା ବୃଦ୍ଧି ପାଉଥିଲେ ମଧ୍ୟ ବିନିକା ଅଞ୍ଚଳରେ କୌଣସି ସ୍ଥାନରେ ପ୍ରଶାସନ ପକ୍ଷରୁ ଜଳଛତ୍ର ହୋଇନଥିବାରୁ ଅଞ୍ଚଳବାସିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଖବର ଅନୁଯାୟୀ, ସୋନପୁର ଜିଲ୍ଲା ବିନିକା ଅଞ୍ଚଳରେ ଗତ କିଛି ଦିନ ହେବ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହୁଥିବା ବେଳେ ଶନିବାର ୪୫ ଡ଼ିଗ୍ରୀ ତାପମାତ୍ରା ରହିଥିଲା l ବିନିକା ଅଞ୍ଚଳରେ ରେକର୍ଡ ଭାଙ୍ଗୁଛି ଗରମ l ଦିନ ସମୟରେ ତାପମାତ୍ରା ୪୪ ରହୁଥିବା ବେଲେ ରାତି ସମୟରେ ମଧ୍ୟ ୩୫ ଡିଗ୍ରୀ ରହୁଛି l ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ଅତିଷ୍ଠ ହୋଇଗଲେଣି ଲୋକେ l ଏପିରିକି ଦିନ ୧୧ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜରୁରୀ କାମ ନଥିଲେ ଘରୁ କେହି ବାହାରୁନାହାନ୍ତି l ରାସ୍ତାଘାଟ ଶୁନଶାନ୍ ହୋଇଯିବା ସହ ଦୋକାନ ବଜାର ସବୁକିଛି ଉପରେ ମଧ୍ଯ ପ୍ରଭାବ ପକାଉଛି l ଗୋଟାଏ ପ୍ରକାର ଅଗ୍ନିବର୍ଷା ହେବାସହ ତତଲା କଢ଼େଇରେ ପରିଣତ ହୋଇଛି ବିନିକା ଅଞ୍ଚଳ l ବିଭିନ୍ନ ଛକ ଗୁଡିକରେ ଯାତାୟାତ କରୁଥିବା ଲୋକେ ଥଣ୍ଡା ପାନୀୟ ଉପରେ ନିର୍ଭର କରି ଯାତାୟାତ କରୁଛନ୍ତି l ଦିନକୁ ଦିନ ଖରାର ମାତ୍ର ବୃଦ୍ଧି ପାଉଥିଲେ ମଧ୍ୟ ବିନିକା ଅଞ୍ଚଲରେ କୌଣସି ସ୍ଥାନରେ ବି ପ୍ରଶାସନ ପକ୍ଷରୁ ଜଳଛତ୍ର ହୋଇନଥିବାରୁ ଅଞ୍ଚଳବାସିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ବିନିକା ଅଞ୍ଚଳରେ ରେକର୍ଡ ଭାଙ୍ଗୁଛି ଗରମ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ