ନୂଆଦିଲ୍ଲୀ, ୨୦|୦୩: ଆଇପିଏଲ ୨୦୨୨ ଆଉ କିଛି ଦିନ ପରେ ଆମ୍ଭ ହେବ । ମ୍ୟାଚ୍ ବେଳେ ଦର୍ଶକଙ୍କୁ ଷ୍ଟାଡିୟମରେ ଅନୁମତି ପ୍ରଦାନ କରାଯିବ ବୋଲି ପ୍ରଥମେ ଖବର ଆସିଥିଲା । ଏବେ କିନ୍ତୁ ବିନା ଦର୍ଶକରେ ଏହା ଖେଳାଯିବ ବୋଲି ସୂଚନା ମିଳିଛି । ପୂର୍ବରୁ ୨୫ ପ୍ରତିଶତ ଦର୍ଶକଙ୍କୁ ଅନୁମତି ପ୍ରଦାନ କରାଯିବ ବୋଲି କୁହାଯାଉଥିଲା । ଏବେ କିନ୍ତୁ ଏହି ନିଷ୍ପତ୍ତିକୁ ଫେରାଇ ନିଆଯାଇଛି । କେନ୍ଦ୍ର ସରକାର ମହାରାଷ୍ଟ୍ର ସରକାରକୁ ନୂଆ କୋଭିଡ୍ ୧୯ ବିପଦ ନେଇ ତେଚାବନୀ ଜାରି କରିଛନ୍ତି । ଯାହାର ପ୍ରଭାବ ଆଇପିଏଲ ଉପରେ ପଡିପାରେ ।ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ, କେନ୍ଦ୍ର ସରକାର ସେମାନଙ୍କୁ ଆଲର୍ଟରେ ରହିବାକୁ କହିଛନ୍ତି ।ୟୁରୋପୀୟ ଦେଶ ଓ ଚୀନରେ ମାମଲା ପୁଣି ବଢିବାରେ ଲାଗିଛି । ତେଣୁ ସତର୍କତାମୂଳକ ପଦକ୍ଷେପ ନେବାକୁ ପଡିବ । ତେବେ ସେ ଆଇପିଏଲ ଉପରେ କୌଣସି ଟିପ୍ପଣୀ କରିବାକୁ ମନା କରିଛନ୍ତି । ଆଇପିଏଲ ୨୦୨୨ର ସମସ୍ତ ମୁକାବିଲା ମହାରାଷ୍ଟ୍ରରେ ବାୟୋ ବବଲ ବାତାବରଣରେ ଖେଳାଯିବ । ମୁମ୍ବାଇ ଓ ପୁଣେରେ ୭୦ଟି ଲିଗ୍ ମୁକାବିଲା ଖେଳାଯିବ ।ପୂର୍ବରୁ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ୍ ଓ ମହାରାଷ୍ଟ୍ର ସରକାର ମ୍ୟାଚ୍ ପାଇଁ ୨୫ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେବାକୁ ଯୋଜନା କରିଥିଲା ।
ବିନା ଦର୍ଶକରେ ଖେଳାଯିବ ଆଇପିଏଲ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ