ଭୁବନେଶ୍ୱର ୩୧।୦୩ : ବିଧାନସଭା ବଜେଟ୍ ଅଧିବେଶନର ଆଜି ଶେଷ ଦିନ। ପ୍ରଶ୍ନ କାଳରେ ଜଳସମ୍ପଦ, ଯୋଜନା ସଂଯୋଜନା, କ୍ରୀଡା ଓ ଯୁବ ବ୍ୟାପାର, ସୂଚନା ଓ ଲୋକସଂପର୍କ , ବାଣିଜ୍ୟ, ପରିବହନ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଆଲୋଚନା ରହିଛି । ସେହିପରି ଅପରାହ୍ନରେ ଗୃହରେ ବ୍ୟୟମଞ୍ଜୁରୀ ବିଲ୍ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ବିଧାନସଭାର ବଜେଟ ଅଧିବେଶନରେ ଶେଷ ଦିନରେ ଗୃହର ସରଗରମ ହେବାର ସୂଚନା ରହିଛି । ଖାସ୍ କରି ଆଇନ୍ ଶୃଙ୍ଖଳା ପରିସ୍ଥିତି ନେଇ ବିରୋଧୀ କଂଗ୍ରେସ ଓ ବିଜେପି ଗୃହରେ ହୋହାଲ୍ଲା କରିବାର ସମ୍ଭାବନା ରହିଛି । ବୁଧବାର ଦିନ କଂଗ୍ରେସ ପକ୍ଷରୁ ଗୃହରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବିବୃତିକୁ ନେଇ ହଟଗୋଳ କରିଥିଲା । ଏପିରିକି ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ମଧ୍ୟ ବସିଥିଲେ ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା