ଭୁବନେଶ୍ୱର ୧୮।୦୭ : ବିଧାନସଭାରେ ଜିଏସ୍ଟି ତାତି । ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ । ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଲାଗି ମୁଲତବୀ ନିଷ୍ପତ୍ତି ନେଇଛନ୍ତି ବାଚସ୍ପତି । ଖବର ଅନୁଯାୟୀ, ଖାଉଟିଙ୍କ ଉପରେ GST ମାଡ଼ ହୋଇଛି । ସୋମବାରଠୁ ମହଙ୍ଗା ହୋଇଛି ନିତିଦିନିଆ ଖାଉଟି ସାମଗ୍ରୀ । ମୁଢ଼ି, ଚୁଡ଼ା, ପନୀର, ଦହି, ଲସି, ଘୋଳଦହି, ଗୁଡ଼, ଖଇ, ଚାଉଳ, ଗହମ, ଓଟ୍ସ, ବାର୍ଲି, ଅଟା, ମହୁ ଉପରେ ଲାଗୁ ହୋଇଛି GST । ଏସବୁ ସାମଗ୍ରୀ ଉପରେ ୫ ପ୍ରତିଶତ GST ଲାଗୁ ହୋଇଛି । ଯାହାକୁ ନେଇ ଆଜି ବିଧାନସଭାରେ ଦେଖିବାକୁ ମିଳିଛି ହଟ୍ଟଗୋଳ । ମୁଢି ଓ ଚୁଡ଼ା ଉପରେ ପାଞ୍ଚ ପ୍ରତିଶତ ଜିଏସ୍ଟି ଲାଗୁ ନେଇ କଂଗ୍ରେସ ପକ୍ଷରୁ ଆଜି ଗୃହରେ ହଟ୍ଟଗୋଳ ହୋଇଥିଲା । ଶେଷରେ ବାଚସ୍ପତି ବାଧ୍ୟରେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ।
ବିଧାନସଭାରେ ଜିଏସ୍ଟି ତାତି, ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ