ଗଞ୍ଜାମ,ଅଗଷ୍ଟ ୧୩ : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ସମେତ ୨ ଜଣ ପୁରୁଷଙ୍କ ମୃତ୍ୟୁ ହୋଇଛି । ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସୁନ୍ଦୁରିଆପଡ଼ା ଗ୍ରାମରେ । ମୃତକମାନେ ହେଲେ ମଙ୍ଗୁଳୁ ଗୌଡ଼ଙ୍କୁ ପତ୍ନୀ ଝୁନୁ ଗୌଡ଼ (୫୦) ଓ ଆଠଗଡ଼ ଗ୍ରାମର ମିସ୍ତ୍ରି ଗୋପାଳ ବେହେରା (୨୭) । ମଙ୍ଗୁଳୁଙ୍କ ଘରେ ଗ୍ରୀଲ ବସାଇବା କାମରେ ଗୋପାଳ ନିୟୋଜିତ ଥିଲେ । ଏହି ସମୟରେ ଗ୍ରୀଲ ଘର ନିକଟରେ ଯାଇଥିବା ଉଚ୍ଚକ୍ଷମତା ସମ୍ପନ୍ନ ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଝୁନୁ ଓ ଗୋପାଳ ଗୁରୁତର ହୋଇଥିଲେ । ଝୁନୁଙ୍କ ରକ୍ଷା କରିବାକୁ ଆସି ଝିଅ ସୁନୀତା ବି ବିଦୁ୍ୟତ ଆଘାତରେ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ଆସିକା ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ଝୁନୁ ଓ ଗୋପାଳଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ନେଇ କବିସୂର୍ଯ୍ୟନଗର ଥାନାରେ ମାମଲା ରୁଜୁ ସହ ଶବ ବ୍ୟବଚ୍ଛେଦ ପରେ ଉଭୟ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି
More Stories
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ବହୁ ଚର୍ଚ୍ଚିତ ନଦୀରୁ ଇନ୍ଦୁପୁର ନଦୀ ପୋଲ୍ହ ରୁ ପେଲି ମାରିଦେବା ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନିକିରାଇ ପୋଲିସ l