ଉଦଳା ,ଅଗଷ୍ଟ ୩ : ରହସ୍ୟ ଘେରରେ ରହିଛି ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ । ତେବେ ଏହି ମାମଲାରେ ଆଜି ପୁଣି ଥରେ ପତ୍ନୀ ବିଦ୍ୟାଭାରତୀଙ୍କ ଘରେ ପୋଲିସ୍ ପହଂଚିଛି । ଯାହା ଜଣାପଡ଼ୁଛି ପୋଲିସ ତାଙ୍କୁ ପୁଣି ମୃତ୍ୟୁ ମାମଲାରେ ଜେରା କରିପାରେ। ପାରଳାଖେମୁଣ୍ଡିରୁ ପୋଲିସ ଟିମ୍ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଦ୍ଵିତୀୟ ପର୍ଯ୍ୟାୟରେ ବିଦ୍ୟାଭାରତୀଙ୍କୁ ଜେରା କରିବା ପାଇଁ କାଲିଠାରୁ କପ୍ତିପଦା ଥାନା ଗୌଡଗାଁ ଅଭିମୁଖେ ବାହାରି ଆସିଛି । ସୁଚନା ଅନୁସାରେ ସୌମ୍ୟଙ୍କ ମୃତ୍ୟୁ ମାମଲାକୁ ଆଜିକୁ ଅଧିକ ଦିନ ହୋଇଯାଇଥିଲେ ବି ପୋଲିସ୍ ସଠିକ୍ ଦୋଷୀ ପାଖରେ ପହଂଚି ପାରିନାହିଁ ।ଯାହାଫଳରେ ସୌମ୍ୟଙ୍କ ପରିବାର ଲୋକ ପୋଲିସର ତଦନ୍ତ ଉପରୁ ଆଶା ମଧ୍ୟ ଉଠାଇ ସାରିଲେଣି । ଏହାସହିତ ଘଟଣା ଦିନ କଟକରୁ ବିଦ୍ୟାଙ୍କୁ ନେଇ ଆସିଥିବା ଗାଡିର ଡ୍ରାଇଭରଙ୍କୁ ମଧ୍ୟ ଜେରା କରାଯାଇପାରେ ।
More Stories
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ବହୁ ଚର୍ଚ୍ଚିତ ନଦୀରୁ ଇନ୍ଦୁପୁର ନଦୀ ପୋଲ୍ହ ରୁ ପେଲି ମାରିଦେବା ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନିକିରାଇ ପୋଲିସ l