Headlines Odisha Tv

An Odia News Portal

ବିଜେଡି ଜିଲ୍ଲା ପରିଷଦ ସଭ୍ୟଙ୍କ ଘରେ ଚାଲିଥିଲା ନକଲି ମଦ ଫ୍ୟାକ୍ଟ୍ରି, ପହଞ୍ଚିଲା ଅବକାରୀ ସ୍କ୍ୱାଡ୍

ଡେଙ୍କାନାଳ :ଢେଙ୍କାନାଳ ୩ ନଂ ଜୋନ୍ ବିଜେଡି ଜିଲ୍ଲା ପରିଷଦ ସଭ୍ୟଙ୍କ ଘରେ ନକଲି ମଦ ଫ୍ୟାକ୍ଟ୍ରି ଠାବ। ଏହି ଫ୍ୟାକ୍ଟ୍ରିରୁ ପ୍ରଚୁର ପରିମାଣର ନକଲି ମଦ ଓ ମଦ ତିଆରି ସାମଗ୍ରୀ ଜବତ। ବେଆଇନ ମଦ ଫ୍ୟାକ୍ଟ୍ରି ଚଳାଉଥିବା ଓ ମଦ ଚୋରାଚାଲାଣ କରୁଥିବାରୁ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ସୁବାସ ମାଝୀଙ୍କୁ ଗିରଫ କରିଲା ଅବକାରୀ ବିଭାଗ। ଗତକାଲି ରାତିରେ ସୁବାସଙ୍କ ଭୁବନ ଏକତାଳି ଗାଁ ଘରେ ଏହି ମଦ ଫ୍ୟାକ୍ଟ୍ରି ଠାବ ହୋଇଛି। ଏହି ରାକେଟରେ ସମ୍ପୃକ୍ତ ଯାଜପୁର ଜଖପୁରା ଥାନାର କନଷ୍ଟେବଲ ସୁଶାନ୍ତ ଦଳେଇଙ୍କୁ ଗିରଫ କରିଛି ଅବକାରୀ ସ୍କ୍ୱାଡ୍। ଏହାଛଡ଼ା ଏହି ନକଲି ମଦ କାରବାରରେ ଭୁବନ ମୃଦଙ୍ଗା ଗାଁର ଅରବିନ୍ଦ ଦାସଙ୍କୁ ମଧ୍ୟ ଗିରଫ କରାଯାଇଛି। ବେଆଇନ ଭାବେ ଚାଲୁଥିବା ଏହି ଫ୍ୟାକ୍ଟ୍ରିରୁ ପ୍ରଚୁର ପରିମାଣର ନକଲି ବିଦେଶୀ ମଦ ଓ ମଦ ତିଆରି ଜିନିଷ ଜବତ କରାଯାଇଛି।ଗିରଫ କନେଷ୍ଟବଳଙ୍କ ଠାରୁ ୨ଟି ଅଫୁଟା ଗୁଳିଜବତ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ଅବକାରୀ ବିଭାଗ ଚଢାଉ କରିବା ବେଳେ ଏହି ନକଲି ମଦଫ୍ୟାକ୍ଟ୍ରି ଠାବ କରିଛି।