ପାଟଣାଗଡ, ଅକ୍ଟୋବର ୯ : ରାଜ୍ୟରେ ଗତ କିଛି ମାସ ହେବ ବଜ୍ରକାପ୍ତା ଚାଲାଣ ବଢିଥିବା ବେଳେ ଏବେ ପୁଣି ଉଦ୍ଧାର ହୋଇଛି ଏକ ଜୀବନ୍ତ ବଜ୍ରକାପ୍ତା । ସୂଚନା ଅନୂସାରେ କନ୍ଧମାଳ ଜିଲ୍ଲା ପାଟଣାଗଡ଼ରେ ବଜ୍ରକାପ୍ତା ବିକ୍ରି ପାଇଁ ଡିଲ ବେଳେ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଏହି ମାମଲାରେ ୨ ଜଣଙ୍କୁ ପୋଲିସ୍ ଦ୍ୱାରା ଗିରଫ ମଧ୍ୟ କରାଯାଇଛି । ଖପ୍ରାଖୋଲ ଥାନା ମହାରପଦର ଓ ସର୍ଗିପାଲି ଲାଠୋର ବନବିଭାଗର ମିଳିତ ଚଢାଉ ସମୟରେ ଏହି ଡିଲ୍ ପଣ୍ଡ କରାଯାଇଛି । ପୁରା ସିନେମା ଷ୍ଟାଇଲ୍ ରେ ଗ୍ରାହକ ସାଜି ବଜ୍ରକାପ୍ତା କରିବା ପାଇଁ ମୂଳଚାଲ କରି ୨ ବଜକାପ୍ତା ମାଫିଆଙ୍କୁ ଗିରଫ କରାଯାଇଛି ।
ମହାରପଦର – ବନମାଳ ରାସ୍ତାକଡ଼ ପଡିଆରେ ଡିଲ୍ ଚାଲିଥିବା ବେଳେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ଜୀବନ୍ତ ବଜ୍ରକାପ୍ତାକୁ ବନ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା