କଟକ ୦୮।୧୧ : ବାଲିଯାତ୍ରା ଆରମ୍ଭ ନହେଉଣୁ ମହାନଦୀରେ ଅଘଟଣ। ମହାନଦୀରେ ଗାଧେଇବା ବେଳେ ବୁଡି ଯାଇ ନିଖୋଜ ହୋଇଯାଇଛନ୍ତି ଜଣେ । ନିଖୋଜ ବ୍ୟକ୍ତି ଜଣଙ୍କ ବିହାର ମାଧେପୁରର ମହମ୍ମଦ ଇର୍ସାଦ ବୋଲି ଜଣାପଡିଛି । ଖବର ଅନୁଯାୟୀ, ବାଲିଯାତ୍ରାରେ ଖେଳନା ବ୍ୟବସାୟ କରିବା ପାଇଁ ବିହାରରୁ ପରିବାର ସହ ଆସିଥିଲେ ମହମ୍ମଦ ଇର୍ସାଦ। ମଙ୍ଗଳବାର ସମ୍ପର୍କୀୟମାନଙ୍କ ସହ ଗାଧୋଇବା ସମୟରେ ବୁଡି ଯାଇଥିଲେ। ତେବେ ବାଲିଯାତ୍ରା ପଡିଆରେ ଥିବା ଅଗ୍ନିଶମ ବାହିନୀ ଖୋଜା ଖୋଜି ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଇର୍ସାଦର କୌଣସି ପତ୍ତା ମିଳିନାହିଁ।
ବାଲିଯାତ୍ରୀ ପୂର୍ବରୁ ଅଘଟଣ, ଗାଧୋଇବା ବେଳେ ବୁଡିଯାଇ ଜଣେ ନିଖୋଜ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ