Headlines Odisha Tv

An Odia News Portal

ବାରହା ଶିକାର ବେଳେ କଳାପାଟ ସଂରକ୍ଷିତ ଜଙ୍ଗଲରୁ ୪ ଶିକାରୀ ଗିରଫ

ତେଲକୋଇ ୧୪।୬: ବାରହା ଶିକାର ବେଳେ ୪ ବାରହା ଶିକାରୀ ଗିରଫ । ସୋମବାର ବିଳମ୍ବିତ ରାତିରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାରରେ ହୁକ ପକାଇ ବାରହା ଶିକାର କରୁଥିବା ବେଳେ ୪ ଜଣ ଶିକାରୀଙ୍କୁ ଧରିଲେ ବନ କର୍ମଚାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ତେଲକୋଇ ରେଞ୍ଜ ତାଳପଦା ଫରେଷ୍ଟ ବିଟର କଳାପାଟ ସଂରକ୍ଷିତ ଜଙ୍ଗଲରେ । ତେବେ ରଜପର୍ବ ଥିବାରୁ ବନ୍ୟଯନ୍ତୁ ଶିକାର ପାଇଁ ଶିକାରୀମାନେ ସଜବାଜ ହେଉଥିବା ଖବର ପାଇ ବନ ବିଭାଗ ପକ୍ଷରୁ ବିଳମ୍ବିତ ରାତିରେ ଚଢାଉ କରାଯାଇଥିଲା । କଳାପାଟ ସଂରକ୍ଷିତ ଜଙ୍ଗଲର ହାତୀମୁଣ୍ଡା ଠାରେ ଶିକାରୀମାନେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାରରେ ହୁକ ପକାଇ ବାରହା ଶିକାର ପାଇଁ ଯୋଜନା କରୁଥିଲେ । ଏହି ସମୟରେ ବନ ବିଭାଗର ଗୋଟିଏ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୪ଜଣ ଶିକାରୀଙ୍କୁ ମାଡି ବସିଥିଲା । ସେମାନଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଦୁଇଟି ଟାଙ୍ଗିଆ ସହ ଶିକାର ପାଇଁ ବ୍ୟବହୃତ ଜିଆଇ ତାର, ମଦ ବୋତଲ ଜବତ କରିଛନ୍ତି ବନ କର୍ମଚାରୀ । ଗିରଫ ପରେ ସମସ୍ତ ୪ ଶିକାରୀଙ୍କୁ କୋର୍ଟ ଚାଲାଣ କରି ଦିଆଯାଇଛି ।

You may have missed

1 min read
1 min read