Headlines Odisha Tv

An Odia News Portal

ବାଜିଲା ଗୁଜରାଟ ନିର୍ବାଚନୀ ବିଗୁଲ୍, ୨ଟି ପର୍ଯ୍ୟାୟରେ ହେବ ନିର୍ବାଚନ

ନୂଆଦିଲ୍ଳୀ, ୦୩/୧୧: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ଗୁଜରାଟ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଗୁରୁବାର ଦିନ ୧୨ ଟାରେ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିଛନ୍ତି କମିଶନ। ଗୁଜରାଟରେ ୧ ଓ ୫ ଡିସେମ୍ବରରେ ହେବ ମତଦାନ। ୮ ଡିସେମ୍ବରରେ ଆସିବ ଫଳାଫଳ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୫ ନଭେମ୍ବରରେ ବିଜ୍ଞପ୍ତି ପ୍ରକାଶ ପାଇବ। ଦଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୦ ନଭେମ୍ବରରେ ବିଜ୍ଞପ୍ତ ପ୍ରକାଶ ପାଇବ। ୧୪ ନେଭେମ୍ବରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ। ୧୭ ନଭେମ୍ବରରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ। ନଭେମ୍ବର ୧୫ ରେ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଯାଞ୍ଚ ଏବଂ ନଭେମ୍ବର ୧୮ ରେ ଦ୍ବିତୀୟ ପର୍ଯ୍ୟାୟ ନାମାଙ୍କନ ଦାଖଲର ଯାଞ୍ଚ ହେବ। ନେଭମ୍ବର ୧୭ ଏବଂ ୨୧ ରେ ନାମାଙ୍କନ ପ୍ରତ୍ୟାହାର ହେବ ।  ୧ ଏବଂ ୫ ଡିସେମ୍ବରରେ ହେବ ମତଦାନ। ହିମାଚଳ ପ୍ରଦେଶର ନିର୍ବାଚନ ଫଳାଫଳ ସହ ୮ ଡିସେମ୍ବରରେ ଆସିବ ଫଳାଫଳ ଏବଂ ୧୦ ଡିସେମ୍ବର ମଧ୍ୟରେ ସରିବ ସମସ୍ତ ନିର୍ବାଚନ ପ୍ରକ୍ରିୟା।