କୁଚିଣ୍ଡା ୬।୮: ସମ୍ବଲପୁର ସଦର ଥାନା ବାରିବନ୍ଦ ନିକଟରେ ୫୩ ନମ୍ବର ଜାତୀୟ ରାଜପଥ ଉପରେ ବାଇକକୁ ଧକ୍କା ଦେଲା ବୋଲେରୋ । ଦୁର୍ଘଟଣାରେ ବାଇକ୍ ଆରୋହୀ ବଡ଼ରମା ଫରେଷ୍ଟ ରେଞ୍ଜ କଦଳୀପାଳ ସେକ୍ସନର ଫରେଷ୍ଟର ସୁବୋଧ ମାଝୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ଫରେଷ୍ଟର ସୁବୋଧ ମାଝୀ ନିଜ ପଲସର ବାଇକ୍ରେ ସମ୍ବଲପୁରରୁ ବଡ଼ରମା ସ୍ଥିତ କଦଳୀପାଳ କାର୍ଯ୍ୟାଳୟକୁ ଆସୁଥିବା ବେଳେ ସାମ୍ନାପଟୁ ଏକ ବୋଲେରୋ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ବୋଲେରୋରେ ଥିବା ଯାତ୍ରୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ସଦର ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଜାରି ରଖିଛି ।
ବାଇକ୍କୁ ଧକ୍କା ଦେଲା ବୋଲେରୋ, ବାଇକ୍ ଆରୋହୀ ମୃତ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ