ପାଟନା: ବିଚ୍ ରାସ୍ତାରେ ବାଇକ୍ ଉପରେ ଚଢ଼ି ଗଲା ପୁଲିସ ବସ୍। ୧୦୦ ମିଟର ଯାଏଁ ବାଇକ୍କୁ ଘୋଷାଡି ନେଲା। ବିହାରର ଛପରାରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ସମସ୍ତେ ବାଇକ୍ରେ ଯାଉଥିଲେ। ସୂଚନା ମୁତାବକ, ସୀତାବଦିଆରାରେ କନ୍ଦ୍ରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟକ୍ରମରୁ ଫେରିବା ବେଳେ ଯବାନମାନଙ୍କୁ ନେଇ ଯାଉଥିବା ଏକ ପୁଲିସ ବସ୍ ଦେବରିଆ ଗାଁ ନିକଟରେ ବାଇକ୍କୁ ଧକ୍କା ଦେଇଥିଲା। ବସ୍ଟି ବାଇକ୍ ଉପରେ ଚଢ଼ି ଯିବା ସହ ୧୦୦ ମିଟର ଯାଏ ଘୋଷାଡି ନେଇଥିଲା। ଫଳରେ ବାଇକ୍ରେ ଯାଉଥିବା ୩ ଜଣ ଯୁବକଙ୍କ ମଧ୍ୟରୁ ଜଣେ ବସ୍ ତଳେ ଫସି ପ୍ରାଣ ହରାଇଥିଲେ। ଧକ୍କା ଦେବା ପରେ ବସ୍ରେ ନିଆଁ ଲାଗି ଆଉ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକମାନେ ହେଲେ ଭିଣ୍ଡ ଗାଁର ବାବୁଲାଲ ସିଂହ, କୁନ୍ଦନ ମାଞ୍ଝି ଓ ଅନ୍ୟଜଣେ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି। ଏମାନେ ତିନି ଜଣ କୌଣସି କାମରେ ବାଇକ୍ରେ ଯାଉଥିଲେ।
ବାଇକ୍କୁ ଘୋଷାଡ଼ିି ନେଲା ପୁଲିସ ବସ୍, ୩ ମୃତ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ