ଢାକା, ଅଗଷ୍ଟ ୦୯ : ପାକିସ୍ତାନ ପରେ ଏବେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ କଟ୍ଟରପନ୍ଥୀ ମାନଙ୍କ ଆକ୍ରମଣ ହୋଇଛି । ଆକ୍ରମଣକାରୀମାନେ ଅନେକ ଘରେ ନିଆଁ ଲଗାଇ ଦେଇଛନ୍ତି । ମାଡ଼ମାରିବା ସହିତ ଲୁଟି ନେଇଛନ୍ତି । ଏହା ବ୍ୟତୀତ ଅନେକ ମନ୍ଦିରରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ବାଂଲାଦେଶର ଖୁଲନା ଜିଲ୍ଲାର ରୁପଶ ସବଡିଭିଜନ ଅଂଳଚରେ ଥିବା ଶିୟାଲୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ପୋଲିସ କହିବା ଅନୁସାରେ ଘଟଣା ସହିତ ଜଡ଼ିତ ୧୦ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଲୋକଙ୍କର କୋକୁଆ ଭୟ ସୃଷ୍ଟି ହୋଇଛି । ‘ଢାକା ଟ୍ରିବ୍ୟୁନ’ର ରିପୋର୍ଟ ଅନୁସାରେ ଅଗଷ୍ଟ ୭ ତାରିଖ ବାଂଲାଦେଶରେ କିଛି କଟ୍ଟରପନ୍ଥୀ ସଂଖ୍ୟାଲଘୁ ସଂପ୍ରଦାୟର ଅନେକ ଘର, ଦୋକାନ ଉପରେ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନେ କିଛି ମନ୍ଦିରରେ ମଧ୍ୟ ଭଙ୍ଗାରୁଜା କରିଥିଲେ । ପ୍ରାଥମିକ ତଦନ୍ତରୁ ୪ଟି ମନ୍ଦିରରେ ବ୍ୟାପକ ଭଙ୍ଗାରୁଜା ହୋଇଛି । କୁହାଯାଉଛି ଯେ, ଆକ୍ରମଣ ଘଟଣାରେ ପଡୋଶୀ ଗାଁର ଲୋକେ ମଧ୍ୟ ସାମିଲ ଥିଲେ । ଆକ୍ରମଣକାରୀମାନେ ମନ୍ଦିରରେ ଥିବା ମୂର୍ତ୍ତି ଗୁଡ଼ିକୁ ଭାଙ୍ଗି ଦେଇଥିଲେ । ଆକ୍ରମଣ ଘଟଣାରେ ମୋଟ ୩୦ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ କହିବା ଅନୁସାରେ ୧୦ ଜଣଙ୍କୁ ଗିରଫ କରାଯାଇଛି । ଲୋକଙ୍କର ସୁରକ୍ଷା ପାଇଁ ଅତିରିକ୍ତ ପୋଲିସ ବଳ ମୁତୟନ କରାଯାଇଛି । ପୋଲିସ କହିଛି ଯେ, ୨ଟି ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ପରେ ଆକ୍ରମଣ ଘଟଣା ଘଟିଥିଲା । ଉପଦ୍ରବକାରୀମାନେ ସର୍ବପ୍ରଥମେ ଶିଆଲି ମହାସମାନ ମନ୍ଦିରକୁ ଟାର୍ଗେଟ କରିଥିଲେ ।
More Stories
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ବହୁ ଚର୍ଚ୍ଚିତ ନଦୀରୁ ଇନ୍ଦୁପୁର ନଦୀ ପୋଲ୍ହ ରୁ ପେଲି ମାରିଦେବା ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନିକିରାଇ ପୋଲିସ l