ନୂଆଦିଲ୍ଲୀ ୧୧।୦୨ : ଅପେକ୍ଷାର ହେଲା ଅନ୍ତ । ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ବୀରାଜ’ର ରିଲିଜ୍ ତାରିଖକୁ ନେଇ ଘୋଷଣା କରାଯାଇଛି। ଫିଲ୍ମଟି ଜୁନ୍ ୧୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି କୁହାଯାଇଛି । ଫିଲ୍ମଟି ପୃଥ୍ବୀରାଜ ଚୌହାନଙ୍କ ଜୀବନୀ ଉପରେ ଆଧାରିତ । ଏହି ପ୍ରତୀକ୍ଷିତ ଫିଲ୍ମରେ ଅକ୍ଷୟ କୁମାର, ମାନୁଷୀ ଚିଲ୍ଲର, ସଞ୍ଜୟ ଦତ୍ତ ଏବଂ ସୋନୁ ସୁଦ୍ଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହା ମାନୁଷୀଙ୍କ ପ୍ରଥମ ଡେବ୍ୟୁ । ଗତବର୍ଷ ୨୦୨୦ରେ ଅକ୍ଷୟ କୁମାରଙ୍କ ୫୨ ତମ ଜନ୍ମଦିନରେ ‘ପୃଥ୍ବୀରାଜ’ର ରିଲିଜ୍ ତାରିଖ ଘୋଷଣା କରାଯାଇଥିଲା। କିନ୍ତୁ କରୋନା ମହାମାରୀ ଯୋଗୁ ଫିଲ୍ମର ରିଲିଜ୍ ବହୁ ବିଳମ୍ବ ପରେ ବର୍ତ୍ତମାନ ଏହାର ରିଲିଜ୍ ତାରିଖ ଘୋଷଣା କରାଯାଇଛି।
ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ବୀରାଜ’ର ରିଲିଜ୍ ଡେଟ୍ ଘୋଷଣା

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ