ବହୁ ଚର୍ଚ୍ଚିତ ନଦୀରୁ ଇନ୍ଦୁପୁର ନଦୀ ପୋଲ୍ହ ରୁ ପେଲି ମାରିଦେବା ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନିକିରାଇ ପୋଲିସ l
କେନ୍ଦ୍ରାପଡା ଇନ୍ଦୁପୁର ଠାରେ ଯୁବକଙ୍କୁ ବିରୂପା ନଦୀକୁ ଫିଙ୍ଗି ହତ୍ୟା ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ନିକିରାଇ ପୋଲିସ l ଗିରଫ ସମସ୍ତ ଅଭିଯୁକ୍ତ ଯାଜପୁର ଜିଲା ବରୀ ଥାନା ଅନ୍ତର୍ଗତ କୃଷ୍ଣନଗର୍ ଗାଁର l ଗିରଫ ଅଭିଯୁକ୍ତ ମାନେ ହେଲେ ଟିକିଲି ଜେନା, ଟିକିଲିଙ୍କ ପୁଅ ଲିଟୁନା ଜେନା ଓ ବଣ୍ଟି ଜେନା, ଟିକିଲିଙ୍କ ସମ୍ପର୍କୀୟ ଦିପୁ ଜେନା, ଅଶ୍ୱିନୀ ଜେନା ଓ କିଶୋର ଜେନା l ଗିରଫ ସମସ୍ତ ଅଭିଯୁକ୍ତ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡିଛି l ଏହି ବିଭତ୍ସ ହତ୍ଯାକାଣ୍ଡ ପଛରେ ପରକିୟା ସମ୍ପର୍କ ଥିବା ପୋଲିସ ସୂଚନା ଦେଇଛି l ମିଳିଥିବା ସୂଚନା ଅନୁଯାୟୀ ମୃତ ଟ୍ରାକଟର ଚାଳକ ମଣ୍ଟୁ ମଲ୍ଲିକ ଅଗଷ୍ଟ ୧୪ ତାରିଖ ସକାଳେ ତାଙ୍କ ସାଙ୍ଗ କୃଷ୍ଣନଗର୍ ଅଂଚଳର ଦିପୁ ଜେନା ଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀ କୁ ଭେଟିଥିଲେ l ଏହି ସମୟରେ ଦିପୁ ର ବାପା ଟିକିଲି ଜେନା ମଣ୍ଟୁ ଙ୍କୁ ତାଙ୍କ ବୋହୁ ସହ ଦେଖି ବିରକ୍ତ ପ୍ରକାଶ କରିବା ସହ ମାରଧର କରିଥିଲେ l ମଣ୍ଟୁ ସେଠାରୁ ପଳାଇ ଆସି ଇନ୍ଦୁପୁର ଛକରେ ବୁଲୁଥିବା ବେଳେ ଦିନ ୨ଟା ବେଳେ ସେଠାରେ ଟିକିଲି ଜେନାଙ୍କ ସହ ଭେଟ ହୋଇଗଲା l ମଣ୍ଟୁ ରାଗ ଶୁଝାଇବାକୁ ଯାଇ ଟିକିଲି ଙ୍କୁ ମାଡ ମାରିଥିଲେ l ଟିକିଲି ଘଟଣା ସ୍ଥଳରୁ ତାଙ୍କର ଦୁଇପୁଅ ଲିଟୁନା ଓ
ବଣ୍ଟି କୁ ଫୋନ କରି ଡାକିଥିଲେ l ବାପ ପୁଅ ୩ ଜଣ ମିଳିତ ଭାବେ ମଣ୍ଟୁ ଙ୍କୁ ମାଡ ମାରି ସାଙ୍ଗରେ କୃଷ୍ଣନଗର ନେଇଯାଇଥିଲେ l ସେଠାରେ ଅନ୍ୟ ଅଭିଯୁକ୍ତ ମାନେ ମିଶି ମଣ୍ଟୁଙ୍କୁ ମାଡ଼ମାରିବା ସହ ପୁନର୍ବାର ଆଣି ବିରୂପା ପୋଲ ଉପରୁ ନଦୀ କୁ ଠେଲି ଦେଇଥିଲେ l ଘଟଣା ଘଟିବା ପରଦିନ ଅର୍ଥାତ୍ ଅଗଷ୍ଟ ୧୫ ତାରିଖ ଦିନ ବ୍ରାହ୍ମଣୀ ନଦୀରୁ ମଣ୍ଟୁଙ୍କ ମୃତଦେହ ଉଦ୍ଧାର ହୋଇଥିଲା l ମୃତ ମଣ୍ଟୁ ମଲିକଙ୍କ ଭାଇ ଶରତ ମଲିକଙ୍କ ଅଭିଯୋଗ କ୍ରମେ ନିକିରାଇ ପୋଲିସ ଘଟଣାର ତଦନ୍ତ ଚଳାଇଛି l ଏହି ହତ୍ୟା ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ ବୋଲି ନିକିରାଇ ଥାନା ଅଧିକାରୀ ସଞ୍ଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି l
More Stories
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ଼ ।