ନବରଙ୍ଗପୁର ୧୨।୦୪ : ୧୬ ଜଣ ଦାଦନ ଶ୍ରମିକ ଉଦ୍ଧାର । ତାମିଲନାଡୁକୁ ଚାଲାଣ ବେଳେ ୧୬ ଦାଦନ ଶ୍ରମିକ ଉଦ୍ଧାର । ଏମାନଙ୍କ ମଧ୍ୟରେ କିଛି ଯୁବତୀ ଓ କିଛି ନାବାଳିକା ଥିବା ଜଣାପଡିଛି । ନବରଙ୍ଗପୁର ପୋଲିସ, ଚାଇଲ୍ଡ ଲାଇନ, ଜିଲ୍ଲା ଶ୍ରମ ବିଭାଗର ମିଳିତ ଚଢ଼ାଉରେ ଏମାନଙ୍କୁ ଉଦ୍ଧାର କରାଯାଇଛି । ଖବର ଅନୁଯାୟୀ, ଜିଲ୍ଲାର କୋଷାଗୁମୁଡା ବ୍ଲକର ବିଭିନ୍ନ ସ୍ଥାନରୁ ଏକ ଘରୋଇ ବସରେ ତାମିଲନାଡୁକୁ ପଠାଯାଉଥିଲା । ଶ୍ରମିକ ଚାଲାଣ ସୂଚନା ପାଇ ନବରଙ୍ଗପୁର ସଦର ଥାନା ସମ୍ମୁଖରେ ବସକୁ ଅଟକା ଯାଇଥିଲା ଚଢ଼ାଉ କରି ୧୬ ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନେ ତାମିଲନାଡୁର ଶିରପୁରକୁ ଏକ ସୂତା କଳରେ କାମ କରିବାକୁ ଯାଉଥିବା ପୋଲିସ କହିଛି । ଯାଞ୍ଚ ପରେ ସେମାନଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ।
ବସ୍ରେ ତାମିଲନାଡୁ ଚାଲାଣ ହେଉଥିଲେ ଦାଦନ ଶ୍ରମିକ, ୧୬ ଜଣଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ