ବଲାଙ୍ଗିର , ଅକ୍ଟୋବର ୧୮ : ରାଜ୍ୟରେ ଦିନକୁ ଦିନ ଗଞ୍ଜେଇ ମାଫିଆଙ୍କ କାରନାମା ବଢିଚାଲୁଥିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ବଲାଙ୍ଗିର ପୋଲିସ । ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ପୋଲିସ ଜଣେ ମାଫିଆକୁ ଗିରଫ କରିଛି । ଅଭିଯୁକ୍ତର ନାଁ ହେଉଛି ଯୁଗ ମେହେର । ଗଞ୍ଜେଇକୁ ଯୁଗ ମେହେର ବାଇକରେ ନେଇ ଯାଉଥିବା ବେଳେ, ପୋଲିସ ତାକୁ କାବୁ କରିଥିଲା । ଜବତ ହୋଇଥିବା ଗଞ୍ଜେଇର ପରିମାଣ ଜଣାପଡିନଥିବା ବେଳେ, ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବା ଅନୁମାନ କରାଯାଉଛି ।
ଦୀର୍ଘ ଦିନରୁ ବଲାଙ୍ଗୀର ଧୁମଭାଟାର ଯୁଗ ମେହେର ନାମକ ଜଣେ ଗଞ୍ଜେଇ ମାଫିଆ ବୌଦ୍ଧ ଅଞ୍ଚଳରୁ ଗଞ୍ଜେଇ ଆଣି ବଲାଙ୍ଗିର ସହର ଓ ଆଖପାଖ ଅଞ୍ଚଳକୁ ଚାଲାଣ କରୁଥିବା ନେଇ ପୋଲିସ ପାଖରେ ଖବର ରହିଥିଲା । ତେବେ ଆଜି ସକାଳେ ବୌଦ୍ଧ ଜିଲ୍ଲାର ମଣ୍ଡୁ ନାମକ ଜଣେ ଗଞ୍ଜେଇ ମାଫିଆ ଏକ ବସ୍ତାରେ ଯୁଗ ମେହେରକୁ ଗଞ୍ଜେଇ ଦେଇଥିଲା ।
More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ