ବଲାଙ୍ଗିର, ଡିସେମ୍ବର ୧୭ : ରାଜ୍ୟରେ ବଢିଚାଲିଛି ଚୋରା କଫ୍ ସିରପ୍ କାରବାର । ଯାହା ବର୍ତ୍ତମାନ ରାଜ୍ୟ ପୋଲିସ୍ ପାଇଁ ଆଉ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବଲାଙ୍ଗିରରେ ଆଜି ଦୁଇଟି ସ୍ଥାନରେ ଚଢାଉ କରି ବିପୁଳ ପରିମାଣର କଫ ସିରପ୍ ଜବତ୍ କରିଛି ବଲାଙ୍ଗିର ପୋଲିସ୍ । ଦୁଇଟି ସ୍ଥାନରୁ ପ୍ରାୟ ୩୦୦ କଫ୍ ସିରପ୍ ବୋତଲ ଜବତ୍ କରାଯାଇଛି । ଚଢାଉ ବେଳେ ଏହି କାରବାରରେ ଜଡିତ ଥିବା ୪ ଦଲାଲଙ୍କୁ ଗିରଫ କରିଛି ପୋଲିସ୍ । ବଲାଙ୍ଗିର ଟାଉନ୍ ଥାନା ବରପାଲିପଡାରୁ ୨୦୪ ବୋତଲ କଫ୍ ସିରପ୍ ଜବତ୍ କରାଯାଇଥିବା ବେଳେ ଏଠାରୁ ୩ ଜଣଙ୍କୁ ପୋଲିସ୍ ଗିରଫ୍ କରିଥିବା ସୂଚନା ମିଳିଛି ।ଅନ୍ୟପଟେ ସଦର ଥାନା ସଦେଇପାଲିରୁ ସମାନ ଢଙ୍ଗରେ କଫ୍ ସିରପ୍ ଚାଲାଣ କରାଯାଉଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି । ଏଠାରୁ ୮୪ ବୋତଲ କଫ୍ ସିରପ ଜବତ୍ କରାଯାଇଥିବା ସଦର ଥାନା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।
ବଲାଙ୍ଗିରରୁ ବିପୁଳ ପରିମାଣର କଫ୍ ସିରପ ଜବତ୍

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ