ଭଦ୍ରକ ୧୩।୮: ଲଗାଣ ବର୍ଷା ଛାଡିଛି । ହେଲେ ଏବେବି ବୈତରଣୀ ଓ ସାଳନ୍ଦୀ ନଦୀ ଫୁଲିବାରେ ଲାଗିଛି । ଆଖୁଆପଦା ଆନିକଟଠାରେ ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ସକାଳ ୯ଟା ସୁଦ୍ଧା ଜଳସ୍ତର ୧୭.୬୭ ମିଟରରେ ପ୍ରବାହିତ ହେଉଛି । ସେହିପରି ସାଳନ୍ଦୀ ନଦୀରେ ମଧ୍ୟ ଜଳସ୍ତର ବଢିବାରେ ଲାଗିଛି । ବୈତରଣୀ ଓ ସାଳନ୍ଦୀ ନଦୀର ଶାଖା ନଦୀ ରେବ, କପାଳୀ, ଗେଙ୍ଗୁଟି, କୋଚିଳା, ଯଅ ନଦୀର ଜଳସ୍ତର ବଢିଛି । ସମସ୍ତ ନାଳ, ଖାଲ ପୋଖରୀ, ଗାଢିଆ ଓ ଚାଷ ଜମିରେ ଏବେ ପାଣି । ଯଦି ଆଜିଠାରୁ ଆରମ୍ଭ ହେଉଥିବା ଲଘୁଚାପର ପ୍ରଭାବ ରୁହେ, ବର୍ଷାର ମାତ୍ରା ବଢେ ତେବେ ନିଶ୍ଚିତ ବନ୍ୟା ପରିସ୍ଥିତି ଦେଖାଦେବ । ଭଦ୍ରକ ଜିଲ୍ଲାର ୭ଟି ବ୍ଲକ୍ ମଧ୍ୟରୁ ଚାନ୍ଦବାଲି, ତିହିଡି, ଧାମନଗର, ଭଣ୍ଡାରିପୋଖରୀ ବ୍ଲକର ତଳିଆ ଅଞ୍ଚଳ ପ୍ରଭାବିତ ହେବ । ସେହିପରି ଭଦ୍ରକ ବ୍ଲକ୍ ଓ ବନ୍ତ ବ୍ଲକର ମଧ୍ୟ ଏହାର ଆଂଶିକ ପ୍ରଭାବ ରହିବ ।
ବଢୁଛି ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ