ଜି.ଉଦୟଗିରି: ଆଉ ମାତ୍ର ୪ଦିନ ପରେ ବଡଦିନ। ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇ ଭଉଣୀମାନେ ନିଜ ନିଜକୁ ଘରକୁ ଆସିବା ଆରମ୍ଭ କଲେଣି। ଆତ୍ମୀୟସ୍ବଜନଙ୍କ ସହିତ ମିଶି ବଡଦିନ ପାଳନ କରିବାର ଆନନ୍ଦକୁ ହାତଛଡ଼ା କରିବାକୁ ଚାହାଁନ୍ତି ନାହିଁ। ଏହି ବଡଦିନ ପାଇଁ ବଡ ପ୍ରସ୍ତୁତି କରାଯାଇଛି। ଆଲୋକମାଳାରେ ସୁସଜ୍ଜିତ ହେଲାଣି ଚର୍ଚ୍ଚ ଏବଂ ପ୍ରାଥର୍ନା ଗୃହ। ମହାମାରୀ କରୋନା ସଂକ୍ରମଣରୁ ଦୁଇବର୍ଷ ବଡଦିନ ପର୍ବକୁ ଫିକା କରି ଦେଇଥିବା ବେଳେ ଚଳିତବର୍ଷ ମହା ଆଡମ୍ବରରେ ପାଳନ କରିବାକୁ ଜୋର ସୋରରେ ପ୍ରସ୍ତୁତି ଚଳିଛି ବଡଦିନ ପର୍ବ ପାଇଁ। ଏବେ ଠାରୁ ଜି. ଉଦୟଗିରି, କଳିଙ୍ଗା, କନବାଗେରି, ମାଲିକାପଡି, ସୁକାନାଣ୍ଡା, ସହିତ ବିଭିନ୍ନ ଚର୍ଚ୍ଚ ତରଫରୁ ପ୍ରିଖ୍ରୀଷ୍ଟମାସ ପର୍ବ ଆରମ୍ଭ ହେଲାଣି। ନୂଆସାହି ଚର୍ଚ୍ଚ, କନବାଗିରି, ମାଲିକାପଡି, ଶୁକାଲଣ୍ଡା, ନନ୍ଦଗିରି, ଗ୍ରେସିଙ୍ଗିଆ, କଳିଙ୍ଗା, ଆଦି ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ ଗୁଡିକରେ ପ୍ରସ୍ତୁତ ଶେଷ ହେଲାଣି। ବଡଦିନକୁ ଲକ୍ଷ କରି ବଜାରରେ ଆଲୋକମାଳା, ଏକ୍ସମାକ୍ସ ଟ୍ରି, କ୍ୟାଣ୍ଡେଲ, ଭେରାଇଟ କେକ, ସହିତ ମିଠା ପ୍ରସ୍ତୁତ ହେଲାଣି। ଏହାସହିତ ଆରମ୍ଭ ହେଲାଣି ଅଭିନନ୍ଦନ ପର୍ବ। ଆଗକୁ କ୍ୟାଣ୍ଡେଲ ଶୋଭାଯାତ୍ରା, ସାମୁହିକ ପ୍ରାର୍ଥନା, ମନୋରଞ୍ଜନ କାର୍ଯ୍ୟକ୍ରମ, ରାତ୍ର ପ୍ରାର୍ଥନା, ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଉତ୍ସବ, ଖେଳକୁଦ ପ୍ରତିଯୋଗିତାର ଆୟୋଜନ କରାଯିବା ପାଇଁ କାର୍ଯ୍ୟସୂଚି ଚୂଡାନ୍ତ ହୋଇଛି ବୋଲି କହିଛନ୍ତି ଜି. ଉଦୟଗିରି ବାପିଷ୍ଟ ଚର୍ଚ୍ଚ ଉପସଭାପତି ପ୍ରଶାନ୍ତ କୁମାର ଦାସ। ବଡଦିନକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ବର୍ତ୍ତମାନ ପାଳନ କରାଯାଉଥିବା ପ୍ରିଖ୍ରୀଷ୍ଟମାସରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ବଡଦିନ ପୂର୍ବରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି ଯିବା ସହିତ ନାକା କରି ଗାଡିମଟର ଯାଞ୍ଚ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ବଡଦିନ ପାଇଁ ବଡ ପ୍ରସ୍ତୁତି

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ