ମୁମ୍ଵାଇ ୦୮।୧୦: ସାଉଥର ବହୁ ପ୍ରତୀକ୍ଷିତ ଫିଲ୍ମ ପୋନିୟନ୍ ସେଲଭାନ୍ । ଭେଟେରାନ୍ ନିର୍ଦ୍ଦେଶକ ମଣି ରତ୍ନମଙ୍କ ନିର୍ଦ୍ଦେଶିତ ଫିଲ୍ମ (PS1)ର ପ୍ରଥମ ଭାଗ ରିଲିଜ୍ ହୋଇଛି । ଯାହା ହଲ୍ରେ ଧମାଲ୍ କରିଥିଲା। କିନ୍ତୁ ତିନି ଦିନ ଧରି ଜବରଦସ୍ତ ରୋଜଗାର କରିବା ପରେ ଫିଲ୍ମଟି ବକ୍ସ ଅଫିସରେ ତଳକୁ ଖସି ଆସିଲା ପରି ମନେ ହେଉଛି। ଜଣାପଡୁଛି କି ସପ୍ତାହ ଶେଷରେ ଚଳଚ୍ଚିତ୍ରର କଲେକସନ୍ରେ ସାମାନ୍ୟ ହ୍ରାସ ଘଟିଥିଲା। ଯାହା କ୍ରମାଗତ ଭାବରେ ଆହୁରି ହ୍ରାସ ପାଉଛି। ଅର୍ଥାତ୍ ଆଜି ଅଷ୍ଟମ ଦିନରେ ‘ପିଏସ୍-୧’ ର କୌଣସି ଉନ୍ନତି ହୋଇନାହିଁ । ଆସନ୍ତୁ ଦେଖିବା ‘ପିଏସ୍-୧’ ର କଲେକସନ୍ ବିଷୟରେ…ଗତ ସପ୍ତାହ ୩୦ ସେପ୍ଟେମ୍ବର ୨୦୨୨ରେ ରିଲିଜ୍ ହୋଇଥିବା ‘ପୋନିୟିନ୍ ସେଲଭାନ୍’ ପ୍ରଥମ ତିନି ଦିନରେ ବକ୍ସ ଅଫିସରେ ବିପୁଳ ମାତ୍ରାରେ କଲେକସନ୍ କରିଥିଲା। ଏହି ଉପନ୍ୟାସ ଉପରେ ଆଧାରିତ ଚଳଚ୍ଚିତ୍ର ପ୍ରଥମ ଦିନରେ ୩୩.୧୫ କୋଟି ଟଙ୍କା କଲେକସନ୍ କରିଥିଲା। ଦ୍ୱିତୀୟ ଦିନରେ ଏହା ୩୦.୦୫ କୋଟି ଟଙ୍କା ବ୍ୟବସାୟ କରିଥିଲା। ତୃତୀୟ ଦିନରେ ଏହି ଚଳଚ୍ଚିତ୍ର ୩୪.୯ କୋଟି ଟଙ୍କା କରିଥିଲା । ପ୍ରଥମ ତିନି ଦିନରେ ୧୦୦ କୋଟି ଟଙ୍କା ରୋଜଗାର କରିବା ପରେ ସୋମବାରଠାରୁ ଫିଲ୍ମର କଲେକ୍ସନ୍ ହ୍ରାସ ପାଇଛି ।
ଫିକା ପଡିଲା ‘PS1’ର ଚମକ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ