ମୁମ୍ଵାଇ ୨୮।୧୧: ବଲିଉଡ୍ର ‘ଭେଡିଆ’ ଷ୍ଟାର ବରୁଣ-କ୍ରିତି ସାନନ୍। ନିକଟରେ ତାଙ୍କ ଫିଲ୍ମ ଭେଡିଆ ରିଲିଜ୍ ହୋଇଛି। ଏହି ଚଳଚ୍ଚିତ୍ରଟି ଲୋକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି। ବରୁଣ ଏବଂ କ୍ରିତି ସେମାନଙ୍କ ଚଳଚ୍ଚିତ୍ରର ପ୍ରମୋସନ ପାଇଁ ‘ଝଲକ ଦିଖଲାଜା’ ଡ୍ୟାନ୍ସ ଶୋ’ରେ ପହଞ୍ଚିଥିଲେ। ସେହି ସମୟରେ ବରୁଣ ଏପରି କିଛି କହିଛନ୍ତି, ଯାହା ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଛି ଏବଂ ପ୍ରଶଂସକମାନେ ଏହି ଭିଡିଓକୁ ଖୁବ୍ ଜୋରରେ ସେୟାର କରୁଛନ୍ତି। ବରୁଣ ଏବଂ କ୍ରିତି ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଥିବାବେଳେ ପ୍ରଭାସ ଓ କ୍ରିତି ସାନନଙ୍କ ସହ ଥିବା ସମ୍ପର୍କ ବିଷୟରେ ସୂଚିତ କରିଛନ୍ତି। ଯାହା ଦିନକୁ ଦିନ ଭାଇରାଲ୍ ହେଉଛି। ଏହି ଭିଡିଓରେ ଶୋ’ର ହୋଷ୍ଟ କରଣ ଜୋହର ବରୁଣ ଧାୱନଙ୍କୁ ପଚାରିଛନ୍ତି, କ୍ରିତିଙ୍କ ନାମ ଏଥିରେ କାହିଁକି ନଥିଲା? କରଣଙ୍କ ଏହି ପ୍ରଶ୍ନ ଉପରେ ବରୁଣ କୁହନ୍ତି, କ୍ରିତିଙ୍କ ନାମ ରଖାଯାଇ ନାହିଁ କାରଣ ତାଙ୍କ ନାମ କାହାର ହୃଦୟରେ ଅଛି। କରଣ ଏହା ଶୁଣିବା ମାତ୍ରେ କୁହନ୍ତି, କାହାର ହୃଦୟ? ବରୁଣ କୁହନ୍ତି, “ଜଣେ ବ୍ୟକ୍ତି ଅଛନ୍ତି ଯିଏ ମୁମ୍ବାଇରେ ନାହାଁନ୍ତି। ସେ ବର୍ତ୍ତମାନ ଦୀପିକାଙ୍କ ସହ ସୁଟିଂ କରୁଛନ୍ତି। ” ବରୁଣ ଏହା କହିବା ପରେ କ୍ରିତିଙ୍କ ମୁହଁରେ ଏକ ଭିନ୍ନ ପ୍ରକାରର ସ୍ମାଇଲ୍ ଦେଖିବାକୁ ମିଳିଛି।ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ତୀବ୍ର ଭାବରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ସେୟାର କରିବା ସମୟରେ ପ୍ରଶଂସକମାନେ ଲେଖୁଛନ୍ତି ଯେ ବରୁଣଙ୍କ ଅଙ୍ଗଭଙ୍ଗୀ ପ୍ରଭାସଙ୍କ ଆଡକୁ ଅଛି। ଉଲ୍ଲେଖନୀୟ କଥା ହେଉଛି, ପ୍ରଭାସ ଏବଂ କ୍ରିତି ଦୀର୍ଘ ସମୟ ଧରି ଏକ ସଂପର୍କରେ ରହିଆସିଛନ୍ତି। ନିକଟରେ କ୍ରିତିଙ୍କ ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ପ୍ରଭାସଙ୍କୁ ଡାର୍ଲିଂ ବୋଲି କହିଥିଲେ। ହେଲେ ବର୍ତ୍ତମାନ ଦୁହେଁ ପ୍ରକୃତରେ ପରସ୍ପରକୁ ଡେଟ୍ କରୁଛନ୍ତି କି ନାହିଁ? ଦୁହେଁ ଏ ବିଷୟରେ କୁହାଯାଇ ନାହିଁ। ଉଭୟଙ୍କ ଏହା ଉପରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।
ପ୍ରଭାସ୍ଙ୍କ ସହ ରିଲେସନଶିପ୍ରେ ଅଛନ୍ତି କ୍ରିତି

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ