ଭୁବନେଶ୍ୱର, ଅକ୍ଟୋବର ୫ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ଅବସରପ୍ରାପ୍ତ ଆଇଏଫଏସ ଅଭୟ ପାଠକ । ମନି ଲଣ୍ଡରିଂ ନେଇ କେଉଁଆଡେ ଟଙ୍କା ବିନିଯୋଗ କରିଥିଲେ, ଏସବୁ ଟଙ୍କା କେଉଁଠାରୁ ଉପାର୍ଜନ କରୁଥିଲେ ସେସବୁର ଛାନଭିନ କରୁଛି ଇଡ଼ି ଏବଂ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଖୁବଶୀଘ୍ର ହାଜର ହୋଇପାରନ୍ତି ବୋଲି ଜଣାପଡିଛି ।
ଆର୍ଥିକ ନେଣଦେଣର ଚାଲିଛି ଅଧିକ ଖୋଳତାଡ । ଆମେ ଆପଣଙ୍କୁ କହି ରଖୁଛୁ ଯେ ପୂର୍ବ ସମନ ଆଧାରରେ ଆଜି ଇଡ଼ି ରେ ହାଜର ହୋଇଛନ୍ତି ଅଭୟ ପାଠକ । ତେବେ ଖୋଳତାଡ ପରେ କି କି ତଥ୍ୟ ଲାଗୁଛି ତାହା ସ୍ପଷ୍ଟ ହେବ । ବିଭିନ୍ନ ତଥ୍ୟକୁ କେନ୍ଦ୍ର କରି ଚାରିଆଡ଼ୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରାଯାଉଥିବା ସୁଚନା ମିଳିଛି । ସୁଚନା ଅନୁସାରେ ଭିଜିଲାନ୍ସ ଇତିହାସରେ ଏତେବଡ଼ ଦୁର୍ନୀତି କେବେ ପଦାକୁ ଆସିନଥିଲା । ଜଙ୍ଗଲୀବାବୁ ଲୁଟିଥିବା ସମ୍ପତ୍ତିର ସିଂହ ଭାଗ ପ୍ରାୟ ୯.୪ କୋଟି ପୁଅ ଆକାଶ ପାଠକ ନାମରେ ଥିବା ଏକାଧିକ ଆକାଉଣ୍ଟରେ ଜମା କରାଯାଇଥିଲା । କୋଟି କୋଟି ଟଙ୍କାର ଅମାପ ସମ୍ପତ୍ତି ମିଳିବା ପରେ ଅତିରିକ୍ତ ପିସିସିଏଫ ତଥା ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କୁ ରାଜ୍ୟ ସରକାର ଚାକିରିରୁ ନିଲମ୍ବିତ କରିଥିଲେ ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା