Headlines Odisha Tv

An Odia News Portal

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଜି ଉତ୍ତରପ୍ରଦେଶ ଗସ୍ତ

ନୂଆଦିଲ୍ଲୀ, ଅକ୍ଟୋବର ୨୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶ ଗସ୍ତ କରୁଛନ୍ତି। ମୋଦୀ ଆଜି ସିଦ୍ଧାର୍ଥନଗର ଓ ବାରାଣସୀରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥି ସହିତ ସେ ପିଏମ୍‌ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନାର ଶୁଭାରମ୍ଭ କରିବେ। 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ପୂର୍ବାହ୍ନ ୯ଟା ୪୦ରେ ଗୋରଖପୁର ବିମାନବନ୍ଦର ପହଂଚିବେ। ଏହା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ୧୦ଟା ୩୦ରେ ସଡ଼କ ମାର୍ଗରେ ବିଏସଏ ଗ୍ରାଉଣ୍ଡ ଯିବେ। ସେଠାରେ ସେ ୯ଟି ମେଡିକାଲ କଲେଜ ଉଦ୍‌ଘାଟନ ସହ ଜନସଭାକୁ ସମ୍ବୋଧିତ କରିବେ। ଏହା ପରେ ମୋଦୀ ଅପରାହ୍ନ ୧୨ଟା ୨୫ରେ ବାରାଣସୀ ଅଭିମୁଖେ ବାହାରିବେ। ବାରାଣସୀରେ ମୋଦୀ ପିଏମ ଆତ୍ମନିର୍ଭର ସ୍ବାସ୍ଥ୍ୟ ମିଶନ ଯୋଜନାର ଶୁଭାରମ୍ଭ କରିବେ। ବାରାଣସୀକୁ ୫୨୦୦ କୋଟି ଟଙ୍କାର ଉପହାର ମିଳିବ।