Headlines Odisha Tv

An Odia News Portal

ପ୍ରଦୀପଙ୍କ ସହ ଟିନା ଡାବିଙ୍କ ପଞ୍ଚତାରକା ହୋଟେଲରେ ହେବ ଶୁଭ ପରିଣୟ

ନୂଆଦିଲ୍ଲୀ ୨୦/୦୪: ଆଜି ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ୟୁପିଏସ୍ ସି ଟପ୍ପର ଆଇଏଏସ୍ ଟିନା ଡାବି । ୨୦୧୫ ରାଜସ୍ଥାନ କ୍ୟାଡରର ଅଧିକାରୀ ଟିନା ୨୦୧୩ ବ୍ୟାଚ୍ ର ଆଇଏଏସ୍ ପ୍ରଦୀପ ଗୱାଣ୍ଡେଙ୍କୁ ବିବାହ କରିବେ । ଏଥିପାଇଁ ଜୟପୁରର ଏକ ପଞ୍ଚତାରକା ହୋଟେଲରେ ପୂରା ସମାରୋହର ଆୟୋଜନ କରାଯାଇଛି । ଅତିଥିମାନଙ୍କର ଏକ ବଡ଼ ତାଲିକା ରଖାଯାଇଛି । ଏପ୍ରିଲ ୨୨ ତାରିଖରେ ଏକ ଭବ୍ୟ ଭୋଜିଭାତର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଟିନା ଡାବୀ ଏହା ପୂର୍ବରୁ ୨୦୧୮ ମସିହାରେ ଆଇଏଏସ୍ ଅତହର ଖାନଙ୍କୁ ବିବାହ କରିଥିଲେ । ୨ ବର୍ଷ ପରେ ୨୦୨୦ରେ ସେ ନିଜ ନିଜ ଭିତରେ ବୁଝାମଣା କରି ତଲାକ ନେଇଥିଲେ । ପୂର୍ବରୁ ଟିନା ଡାବି ନିଜର ଭାବିସ୍ୱାମୀ ପ୍ରଦୀପ ଗୱାଣ୍ଡେଙ୍କ ସହ ଇନ୍ ଷ୍ଟାଗ୍ରାମରେ ଫଟୋ ସେୟାର କରିଥିଲେ ଯେ, ସେହି ମୁସ୍କାନ ପିନ୍ଧୁଛି, ଯାହା ତୁମେ ଦେଇଥିଲ । ଗୱାଣ୍ଡେଙ୍କଙ୍କ ମଧ୍ୟ ଏହା ହେଉଛି ଦ୍ୱିତୀୟ ବିବାହ । ଆଇଏଏସ ହେବା ପୂର୍ବରୁ ସେ ଡାକ୍ତର ଥିଲେ । ଅତହର ଖାନ ୨୦୧୬ରେ ୟୁପିଏସ୍ ସି ପରୀକ୍ଷାରେ ଦ୍ୱିତୀୟ ଟପ୍ପର ଥିଲେ । ଟ୍ରେନିଂ ସମୟରେ ଟିନା ଡାବି ଓ ତାଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ୨୦୧୮ରେ ଉଭୟଙ୍କୁ ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହୋଇଥିଲା ।

You may have missed

1 min read
1 min read