ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦେ ଆଗକୁ ବଢିଛି ଇରାନ । ନିଜର ବାଲାଷ୍ଟିକ୍ ମିସାଇଲ୍ ସିଷ୍ଟମକୁ ଆହୁରି ପ୍ରଭାବଶାଳୀ କରିଛି । ହାଇପରସୋନିକ୍ ବାଲାଷ୍ଟିକ୍ ମିସାଇଲକୁ ଆଡ୍ଭାନ୍ସ ଟେକ୍ନୋଲୋଜିରେ ବିକଶିତ କରିଛି । ଏନେଇ ସୂଚନା ଦେଇଛନ୍ତି ଇରାନ ପ୍ରତିରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ । ଏହି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଶତ୍ରୁଦେଶର ମିସାଇଲ୍କୁ ମାତ୍ ଦେବାରେ ବେଶ୍ ମାହିର୍ ବୋଲି ଅଲ୍ଲି କହିଛନ୍ତି । ଗୁରୁବାର ଇସଲାମିକ୍ ରିଭୋଲ୍ୟୁସନ ଗାର୍ଡ୍ସ ଅଫ୍ ଏୟାରସ୍ପେସ୍ ଫୋର୍ସ (ଆଇଆରଜିସି)ର ଅଧିକାରୀ ବ୍ରିଗେଡିୟର ଜେନେରାଲ ଅମିର ଅଲ୍ଲୀ ହାଜିଜାଦେହଙ୍କ କହିବା ଅନୁଯାୟୀ, ହାଇପରସୋନିକ୍ ମିସାଇଲକୁ ଆଡଭାନ୍ସ ଟେକ୍ନୋଲୋଜିରେ ପରିବର୍ତ୍ତନ କରାଯାଇଛି । ମିସାଇଲ୍କୁ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ କରାଯାଇଛି । ଏହି ଏୟାର ଡିଫେନ୍ସ ବାଲାଷ୍ଟିକ୍ ମିସାଇଲ ସିଷ୍ଟମ୍ ଆକାଶମାର୍ଗରୁ ଭୂପୃଷ୍ଠକୁ ଦ୍ରୁତଗତିରେ ପ୍ରହାର କରିପାରିବ । ଏହାର ଲକ୍ଷଭେଦ କ୍ଷମତ ଅଧିକ ରହିଥିବା ବେଳେ ଏହାକୁ ରାଡାର ମାଧ୍ୟମରେ ନଜର ରଖିବା ଅସମ୍ଭବ । ଏହାକୁ ମୁକାବିଲା କରିବା ଶତ୍ରୁଦେଶ ପକ୍ଷେ ସମ୍ଭବ ନୁହେଁ ବୋଲି ଦାବି କରିଛନ୍ତି ବ୍ରିଗେଡିୟର ଜେନେରାଲ ଅମିର ଅଲ୍ଲୀ ।
ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ସଶକ୍ତ ଇରାନ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ