କୋରାପୁଟ: ୦୭/୧୧ (ହେ.ଓ.) ପୋଲିସ ଡିଜି ୱାଇ ବି ଖୁରାନିଆ ମାଲକାନଗିରି ଓ କୋରାପୁଟକୁ ଦୁଇଦିନିଆ ଗସ୍ତ କରିଛନ୍ତି। ଗୁରୁବାର ସକାଳେ ସ୍ଵାଭିମାନ ଅଞ୍ଚଳର ଗୋରାସେତୁ ବିଏସ୍ଏଫ କ୍ୟାମ୍ପ ପରିଦର୍ଶନ ପରେ ପୋଲିସ ଓ ବିଏସ୍ଏଫର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ ଏବଂ ଆଜି ସକାଳ ୧୦ ଘଣ୍ଟିକା ସମୟରେ କୋରାପୁଟ ଠାରେ ପହଞ୍ଚି ବିଏସ୍ଏଫ୍ କ୍ୟାମ୍ପ,ଏସ ଓ ଜି କ୍ୟାମ୍ପ ଏବଂ OSAP ୩ୟ ବାଟାଲିୟନକୁ ଗସ୍ତ କରି ବିଭିନ୍ନ ଗତି ବିଧି ଉପରେ ସମିକ୍ଷା କରିଥିଲେ । ଏହାପରେ କୋରାପୁଟ ଏସପିଙ୍କ କାର୍ଯ୍ୟଳୟ ଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ଡିଜିପି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୨୦୨୬ ମାର୍ଚ୍ଚ ସୁଦ୍ଧା ସମଗ୍ର ଦେଶକୁ ମାଓ ମୁକ୍ତ ପାଇଁ ଆହ୍ୱାନ ଦେଇଥିବା ବେଳେ ଏହା ତାଙ୍କର ପ୍ରଥମ ଲକ୍ଷ୍ୟ । ଓଡିଶାରୁ ମଧ୍ଯ ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀଙ୍କୁ ସମୂଳେ ହଟାଯିବ । ମାଓବାଦୀମାନେ ବିଭିନ୍ନ ସ୍ଥାନରେ ଲୁଚା ଇଥିବା ଅସ୍ତ୍ରଶସ୍ତ୍ରକୁ ଖୋଜି ବାହାର କରାଯିବ I ସ୍ଵାଭିମାନ
ଅଞ୍ଚଳବାସୀଙ୍କୁ ଯଥେଷ୍ଟ ସୁରକ୍ଷା ଯୋଗାଇ ଦିଆଯିବ । ସ୍ଵାଭିମାନ ଅଞ୍ଚଳବାସୀଙ୍କର କୌଣସି ଭୟ କରିବାର ନାହିଁ | ସେଠାରେ ସୁରକ୍ଷାକର୍ମୀ ୨୪ ଘଣ୍ଟା ସୁରକ୍ଷା ପ୍ରଦାନ କରିବେ I ପୂର୍ବର ଏବଂ ବର୍ତ୍ତମାନର ସ୍ଵାଭିମାନ ଅଞ୍ଚଳ ମଧ୍ୟରେ ବହୁତ ଫରକ ରହିଛି I ଏବେ ଲୋକେ ଚାଷ ବାସ କରି ବେଶ ଶାନ୍ତିରେ ଜୀବନଯାପନ କରୁଛନ୍ତି, ହସଖୁସିରେ ଦିନ କାଟୁଛନ୍ତି । ଗଞ୍ଜେଇ ଚାଷକୁ ନେଇ ଡିଜିପି କହିଛନ୍ତି, ମାଓବାଦୀଙ୍କ ପ୍ରୋତ୍ସାହନରେ ଗଞ୍ଜେଇ ଚାଷ ହେଉଥିଲା । ମାଓବାଦୀଙ୍କ ସଂଖ୍ୟା କମିବା ଫଳରେ ଗଞ୍ଜେଇ ଚାଲାଣ କମିଛି I ମାଓବାଦୀ କମିବା ସହ ରାଜ୍ୟକୁ ଗଞ୍ଜେଇ ମୁକ୍ତ କରାଯିବ ବୋଲି ସେ କହିଛନ୍ତି। ଏହି ଗସ୍ତ ବେଳେ ଡିଜିପିଙ୍କ ସ୍ପେଶିଆଲ ଇଟେଲିଯେନ୍ସ ୱିଂଙ୍ଗ ଅକ୍ଷୟ ସିଂ ମଧ୍ଯ ତାଙ୍କ ସହ ଗସ୍ତରେ ଅଛନ୍ତି।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା