ବରଗଡ଼ ୧୮/୦୩ : ବରଗଡ ଟାଉନ ପୋଲିସକୁ ଚୋରଙ୍କ କଡା ଚ୍ୟାଲେଞ୍ଜ । ବାରମ୍ବାର ବରଗଡ଼ ଡାଙ୍ଗ ଓ ଖଲିଆପାଲି ଆଞ୍ଚରେ ବଢି ଚାଲିଛି ଚୋରି ଘଟଣା । ଗତ କିଛିଦିନ ତଳେ ଡାଙ୍ଗ ରାଣୀ ସତୀ ମନ୍ଦିରରୁ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଚୋରି ସହ ପ୍ରାୟ ୧୨ରୁ ଉର୍ଦ୍ଧ୍ଵ ଚୋରି ଘଟଣା ଲଗାତାର ଘଟିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ପୁଣି ଘଟିଛି ବଡ଼ ଧରଣ ଚୋରି ଘଟଣା । ବରଗଡ଼ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁଙ୍କ ଘରୁ ୨ ଲକ୍ଷ ୨୦ ହଜାର ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଥିବା ନେଇ ଟାଉନ ପୋଲିସ ପାଖରେ ଅଭିଯୋଗ ହୋଇଛି ।ଅଭିଯୋଗ କୁ ଭିତ୍ତି କରି ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ପୋଲିସର ପେଟ୍ରୋଲିଂ ଏବଂ ବାରମ୍ବାର ଚୋରୀ ଘଟଣା ବଢି ଚାଲିଥିବା ବେଳେ ପୋଲିସ ହାତ ଏ ଯାଏଁ ଖାଲି ରହିଛି । ଯାହାକୁ ନେଇ ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି ।
ପୋଲିସକୁ ଲୁଟେରାଙ୍କ କଡ୍ଡା ଚ୍ୟାଲେଞ୍ଜ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ