Headlines Odisha Tv

An Odia News Portal

ପୋଖରୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ଆନନ୍ଦପୁର , ସେପ୍ଟେମ୍ବର 10 : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା କନ୍ତୋ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ପୋଖରୀରୁ ମିଳିଛି ଜଣେ ଯୁବକଙ୍କ ମୃତଦେହ । ତେବେ ପୋଖରୀରେ ବୁଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି ନା ଏହା ପଛରେ ଆଉ କୌଣସି କାରଣ ଅଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ।

ଗ୍ରାମବାସୀଙ୍କ ସୁଚନା କ୍ରମେ ପୋଲିସ୍ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଛି । ସୁଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ସାରା ଗ୍ରାମରେ ଚହଳ ପକାଇ ଦେଇଛି । ମୃତ ଯୁବକ ହେଉଛନ୍ତି ଅର୍ଜୁନ ମୁଣ୍ଡା । ରାତିରେ ଘରୁ ବାହାରି କେଉଁ ଆଡ଼କୁ ଚାଲିଯାଇଥିଲେ ଫଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଉ ଫେରି ନଥିଲେ ଅର୍ଜୁନ । ଯାହାଫଳରେ ଘର ଲୋକଙ୍କ ବହୁ ଖୋଜା ଖୋଜି ଫଳରେ ମିଳିନଥିବା ପରେ ଆଜି ସକାଳୁ ପୋଖରୀରେ ମୃତ ଦେହ ଭାସୁଥିବାର ଦେଖିବାକୁ ପାଇଥିଲେ ।

 ପୁର୍ବ ଶତ୍ରୁତା ପାଇଁ କିଏ ମାରିକି ପୋଖରୀରେ ପକାଇଦେବା ସନ୍ଦେହ କରୁଛନ୍ତି ତାଙ୍କର ପରିବାର ଲୋକ । ଏହି ମୃତ୍ୟୁ ଘଟଣାରେ ପରିବାର ଲୋକଙ୍କ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି ।