ଜୟପୁର ୦୩।୧୧ : ପୋଲ ତଳକୁ ଖସିଲା ୧୪ ଚକିଆ ଟ୍ରକ। ଏହି ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଏକ ୧୪ଟକିଆ ଟ୍ରକ ଜୟପୁରରୁ ବୋରିଗୁମ୍ମା ଅଭିମୁଖେ ଯାଉଥିଲା । ହେଲେ ଟ୍ରକଟି ଭାରସାମ୍ୟ ହରାଇ କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ଆମ୍ବାଗୁଡ଼ାରେ ଦୁର୍ଘଟଣାରେ ଶିକାର ହୋଇଥିଲା । ଗାଡିଟି ଏକ ପୋଲ ତଳକୁ ଖସିପଡିଥିଲା । ଯାହାଫଳରେ ଗାଡିରେ ଥିବା ଡ୍ରାଇଭର ଓ ହେଲ୍ପର ଗୁରୁତର ହୋଇଛନ୍ତି । ତୁରନ୍ତ ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ପୋଲ ତଳକୁ ଖସିଲା ୧୪ ଚକିଆ ଟ୍ରକ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ