ଲମତାପୁଟ ୦୧।୦୯: ପାଡ଼ୁଆ ପୋଲିସକୁ ପୁଣି ବଡ଼ ସଫଳତା । ଆନ୍ଧ୍ର ସୀମାନ୍ତବର୍ତ୍ତୀ ଇଲାକାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲଣ ବେଳେ ମାଡ଼ିବସିଲା ପୋଲିସ । ପ୍ରାୟ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପି ଙ୍କ ନିର୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ଵରେ ପାଡ଼ୁଆ ପୋଲିସ ପାନ୍ତଲୁଙ୍ଗ ଗାଁ ନିକଟରେ ନାକାବନ୍ଦି କରି ଗାଡ଼ି ଯାଞ୍ଚ କରୁଥିଲା । ଏହି ସମୟରେ ଏକ ଅଟୋ ଦ୍ରୁତ ଗତିରେ ଆସିଥିଲା । ହେଲେ ପୋଲିସ ବ୍ୟାରିକେଟକୁ ଦେଖି ଗାଡ଼ି ଛାଡ଼ି ଫେରାର ହୋଇଗଲା ଡ୍ରାଇଭର । ଅଟୋକୁ ଯାଞ୍ଚ କରିବାରୁ ୫ଟି ବସ୍ତା ଗଞ୍ଜେଇ ଜବତ ହୋଇଛି । ପ୍ରାୟ ୧ କ୍ୱିଣ୍ଟାଲ୍ରୁ ଅଧିକ ଗଂଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହଛି । ଗାଡ଼ି ନମ୍ବରକୁ ଆଧାର କରି ଆନ୍ଧ୍ର ପୋଲିସ ସହାୟତାରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।
ପୋଲିସକୁ ପୁଣି ସଫଳତା, ବାହାର ରାଜ୍ୟକୁ ଚାଲାଣ ବେଳେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ