ପାଟଣା ୧୨।୦୩ : ପୋଲିସକୁ ଆକ୍ରମଣ ଘଟଣା । ୪ ମହିଳାଙ୍କ ସମେତ ୧୩ଜଣ ଆକ୍ରମଣକାରୀଙ୍କୁ ଗିରଫ କଲା ପୋଲିସ । ସମସ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଆଗକୁ ଏହି ସଂଖ୍ୟା ବଢିବା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ରାଇଡିହା ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀର ସମର୍ଥକ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ବିବାଦକୁ ଏଡାଇବା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । କିନ୍ତୁ ଉତ୍ୟକ୍ତ ଲୋକେ ପୋଲିସକୁ ଆକ୍ରମଣ କରିଥିଲା । ଲୋକଙ୍କ ଆକ୍ରମଣରେ ସାହାରପଡା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚଙ୍କ ହାତ ଭାଙ୍ଗିଥିବା ବେଳେ ତିନି ମହିଳା ପୋଲିସ ଆହତ ହୋଇଥିଲେ । ଏବେ ଏହି ଘଟଣାରେ ପୋଲିସ ୧୩ ଜଣ ଆକ୍ରମଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଆଗକୁ ଏହି ସଂଖ୍ୟା ବଢିପାରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ପୋଲିସକୁ ଗାଁ ଲୋକଙ୍କ ଆକ୍ରମଣ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ