Headlines Odisha Tv

An Odia News Portal

ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କଲେ ରାଜ୍ୟ ସରକାର

ଭୁବନେଶ୍ୱର ,ନଭେମ୍ବର ୦୪: ଗତି କିଛି ଦିନ ହେଲା ଦେଶରେ ଅହେତୁକ ବୃଦ୍ଧି ପାଇଥିଲା ପେଟ୍ରୋଲ ମୂଲ୍ୟ ଫଳରେ ଗତକାଲି କେନ୍ଦ୍ର ସରକାର ତୈଳ ଦରରୁ ଉତ୍ପାଦ ଶୁଳ୍କ କମାଇବା ପରେ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭ୍ୟାଟ୍ ହ୍ରାସ କରିଛନ୍ତି ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।  ନୂଆ ଦର ନଭେମ୍ବର ୫ ତାରିଖ ମଧ୍ୟ ରାତ୍ରରୁ ଲାଗୁ ହେବ। ଏହାଦ୍ୱାରା ରାଜ୍ୟବାସୀ ୩ ଟଙ୍କା ରିହାତି ପାଇବେ। ତେବେ ୩ ଟଙ୍କା ରିହାତି ହେଲେ ରାଜସ୍ୱର ୧୪ ଶହ କୋଟି ଟଙ୍କା ଭାର ପଡ଼ିବ। ଏହି କ୍ଷତି ରାଜ୍ୟ ସରକାର ବହନ କରିବେ। ହ୍ରାସ ଯୋଗୁଁ ରାଜ୍ୟ ସରକାରଙ୍କୁ ଅତିରିକ୍ତ ୭୦୦ ଶହ କୋଟି ଟଙ୍କା ହରାଇବୋ ତେଣୁ ଭାଟ୍ ହ୍ରାସ ଯୋଗୁଁ ରାଜ୍ୟ ସରକାରଙ୍କୁ ସମୁଦାୟ ଦୁଇ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡ଼ିବ ବୋଲି କୁହାଯାଇଛି । 

ସୁଚନା ଅନୁସାରେ ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୫ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୧୦ ଟଙ୍କା ଏକ୍ସସାଇଜ ଡ୍ୟୁଟି କମାଇଛନ୍ତି । ନଭେମ୍ବର ୪ ତାରିଖରୁ ଅର୍ଥାତ ଆଜି ଠାରୁ ଦେଶରେ ଏହି ନୂତନ ଦର ଲାଗୁ ହେବ ।