ସୋର ୧୧।୭: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ରଡ୍ରେ ଆକ୍ରମଣ । ରଡ଼ରେ ଯୁବକଙ୍କ ଆଖିକୁ ଭୁସି ଦେଲେ ଆକ୍ରମଣକାରୀ । ଆକ୍ରମଣରେ ଗୁରୁତର ଯୁବକଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ବର୍ତ୍ତନା ପଞ୍ଚାୟତ ଆନ୍ଦୋଳା ଗ୍ରାମରେ ଭରତ ବେହେରାଙ୍କୁ କିଛି ଯୁବକ ଆମ୍ବ ହୋତା କେନାଲ ନିକଟରେ ଅଟକାଇ ରଡରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଭରତଙ୍କର ଆଖିକୁ ରଡରେ ଭୁସିଦେବା ସହିତ ଶରୀରର ବିଭିନ୍ନ ସ୍ଥାନକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣର କାରଣ ଜଣାପଡିନଥିବା ବେଳେ ଖଇରା ପୋଲିସ ଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଆକ୍ରମଣରେ ଗୁରୁତର ଭରତଙ୍କୁ ପ୍ରଥମେ ଖଇରା ଓ ପରେ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ରଡ୍ରେ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ