Headlines Odisha Tv

An Odia News Portal

ପୂର୍ବତନ ଯୁବ ବିଜେଡି ଉପସଭାପତିଙ୍କ ଗାଡି ଉପରକୁ ବୋମାମାଡ଼, ୨ଟି ଅଫୁଟା ବୋମା ଜବତ

କାମାକ୍ଷାନଗର ୧୮।୧୦ : ଢେଙ୍କାନାଳ ଜିଲ୍ଲାର ପୂର୍ବତନ ଯୁବ ବିଜେଡି ଉପସଭାପତିଙ୍କ ଗାଡି ଉପରକୁ ବୋମାମାଡ଼। କାହ୍ନୁ ସାହୁଙ୍କ ମଢିସାହି ସ୍ଥିତ ବାସଭବନ ଠାରେ ଥିବା ଗାଡି ଉପରକୁ ବୋମାମାଡ଼ ହୋଇଛି। ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍ ଯୋଗେ ଆସି ଗାଡି ଉପରକୁ ୩ଟି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ଏବେବି ୨ଟି ଅଫୁଟା ବୋମା ପଡ଼ିରହିଛି। ଖବର ପାଇ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।