ଭଦ୍ରକ ୨୫/୦୪: ଅପରେସନ ସତର୍କରେ ଧରପଡ଼ିଲା ଚୋରା ଗଞ୍ଜେଇ । ମହିଳା ବେପାରୀଙ୍କ ସହ ୪୩ କିଲୋରୁ ଅଧିକ ଗଞ୍ଜେଇ ଜବତ ହୋଇଥିବା ବେଳେ ପୁରୁଷୋତ୍ତମ ଏକ୍ସପ୍ରେସରେ ବ୍ରହ୍ମପୁରରୁ ଦିଲ୍ଲୀ ଯାଉଥିଲା । ସୂଚନାଯୋଗ୍ୟ ଯେ ଭଦ୍ରକ ଷ୍ଟେସନରେ ଏହି ଗଞ୍ଜେଇକୁ ଜବତ କରିଛି ଭଦ୍ରକ ଆରପିଏଫ । ଆରପିଏଫ ତରଫରୁ ଚୋରା ଚାଲାଣ ରୋକିବା ପାଇଁ ଅପରେସନ ସତର୍କ ଆରମ୍ଭ କରିଛି । ତେବେ ଏହି ଅପରେସନ ବେଳେ ଜନୈକ ମହିଳା ବ୍ରହ୍ମପୁରରୁ ୪ ଗୋଟି ବ୍ୟାଗରେ ଗଞ୍ଜେଇ ଆଣି ପୁରୁଷୋତ୍ତମ ଏକ୍ସପ୍ରେସରେ ଦିଲ୍ଲୀ ଅଭିମୁଖେ ଯାଉଥିଲେ । ଆରପିଏଫର ସନ୍ଦେହ ହେବାରୁ ବ୍ୟାଗ ଯାଞ୍ଚ କରିଥିଲେ ଓ ବ୍ୟାଗରେ ୪୩ କିଲୋରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ମହିଳା ଯାତ୍ରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ତେବେ ମହିଳାଙ୍କ ଗଞ୍ଜେଇ ଲିଙ୍କ ନେଇ ଆରପିଏଫ ଯାଞ୍ଚ ଆରମ୍ଭ କରିଥିବା ଆସିଷ୍ଟାଣ୍ଟ କମିଶନର କହିଛନ୍ତି ।
ପୁରୁଷୋତ୍ତମ ଏକ୍ସପ୍ରେସରୁ ଜବତ ହେଲା ୪୩ କିଲୋରୁ ଅଧିକ ଗଞ୍ଜେଇ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ