ପୁରୀ ୯।୮: ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ଗଭୀର ସମୁଦ୍ରରେ ଭାସି ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ଛତିଶଗଡ ରାୟଗଡ ଅଞ୍ଚଳର ମିନାକ୍ଷୀ ନାୟକ । ସୂଚନାଯୋଗ୍ୟ ଯେ, ପୁରୀ ସମୁଦ୍ର କୂଳ ସେକ୍ଟର ୧ନଂ ରେ ମିନାକ୍ଷୀ ତାଙ୍କ ସାଙ୍ଗଙ୍କ ସହ ସ୍ନାନ କରୁଥିବା ବେଳେ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲାଇଫ୍ ଗାର୍ଡ ଓ ଅଗ୍ନିଶମ ବିଭାଗ କର୍ମଚାରୀ ବହୁତ ଖୋଜାଖୋଜି କରିବା ପରେ ବ୍ଲୁଫ୍ଲାଗ୍ ସମୁଦ୍ରରୁ ତାଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ମିନାକ୍ଷୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ : ଭାସିଯାଇ ଯୁବତୀଙ୍କ ମୃତ୍ୟୁ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ