ପୁରୀ ୨୧।୭: ପୁରୀ ମିଶ୍ର ନୋଳିଆ ସାହିରେ ଧଳାଜହର ବ୍ୟବସାୟ ଘଟଣାରେ ୮ ବ୍ୟବସାୟୀ ଗିରଫ ହୋଇଛନ୍ତି । ଗିରଫଙ୍କ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ବ୍ୟବସାୟୀ ରହିଛନ୍ତି । ବାସେଳୀ ସାହି ଥାନା ପୋଲିସ ଏହି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବହୁ ମୂଲ୍ୟର ବ୍ରାଉନସୁଗାର ଜବତ ହୋଇଛି । ଏ ନେଇ ସାମବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ମିହିର ପଣ୍ଡା ସୂଚନା ଦେଇଛନ୍ତି । ୮ ଗିରଫଙ୍କ ମଧ୍ୟରେ ୫ ମହିଳା, ୩ ପୁରୁଷ ଅଛନ୍ତି । ମୋଟ୍ ୨୬୭ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଗିରଫଙ୍କ ନିକଟରୁ ୫ଟି ମୋବାଇଲ ସହ ନଗଦ ୩୫ ହଜାର ଟଙ୍କା ଜବତ ହୋଇଛି । ଖୁଲମଖୁଲା ବିଚ୍ ରାସ୍ତାରେ ଓ ଘରେ ବ୍ରାଉନସୁଗାର ବିକ୍ରି ଚାଲିଥିବା ନେଇ ବୁଧବାର ଖବର ପ୍ରସାରଣ କରିଥିଲା ନ୍ୟୁଜ୍ ସେଭେନ୍।
ପୁରୀ ମିଶ୍ର ନୋଳିଆ ସାହିରେ ଧଳାଜହର ବ୍ୟବସାୟ ଘଟଣା

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ