ପୁରୀ ୦୩।୦୫: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଆରମ୍ଭ ହେବ। ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି ୧୨ ଫୁଟିଆ ଧଉରା କାଠ ରଖାଯାଇଛି। ଏପଟେ ଆଜି ପୁରୀରେ ପହଞ୍ଚିଛି ସପ୍ତମ ପର୍ଯ୍ୟାୟ ରଥକାଠ। ଖବର ଅନୁଯାୟୀ, ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡରୁ ୩୨ ଖଣ୍ଡ ରଥକାଠ ଆସି ପହଞ୍ଚିଛି। ସେଥିମଧ୍ୟରୁ ୨୦ ଫୁଟିଆ ୧୯ଟି, ୧୨ ଫୁଟିଆ ୩ଟି, ୪୦ ଫୁଟିଆ ୧୦ ଖଣ୍ଡ ରଥକାଠ ପହଞ୍ଚିଛି। ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ ରଥକାଠର ଆବଶ୍ୟକତା ଥିବା ବେଳେ ପୂର୍ବରୁ ୮୦ ଖଣ୍ଡ କାଠ ବଳକା ରହିଛି। ସମୁଦାୟ ୫୩୬ ଖଣ୍ଡ ରଥକାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ମହଜୁଦ ଥିବା ବେଳେ ପର୍ଯ୍ୟାୟ କ୍ରମେ ଅନ୍ୟ ସମସ୍ତ ଆବଶ୍ୟକୀୟ କାଠ ପହଞ୍ଚିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ସେପଟେ ରାଜନହର ସମ୍ମୁଖ ରଥଖଳାକୁ ଅତି ସୁନ୍ଦର ଭାବେ ଚିତ୍ରିତ କରିଛନ୍ତି ଚିତ୍ରକର ସେବାୟତ।
ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟାୟ ରଥକାଠ, ଘୁମୁସର ବନଖଣ୍ଡରୁ ଆସିଛି ୩୨ ଖଣ୍ଡ ରଥକାଠ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ