ମୁମ୍ବାଇ: ପୁଣି ହାରିଲା ମୁମ୍ବାଇ। ଛକ୍କା, ଚୌକା ମାରି ମ୍ୟାଚ୍ ଜିତାଇଲେ ବେଷ୍ଟ ଫିନିଶର ମହେନ୍ଦ୍ର ସିଂହ ଧୋନୀ। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଚେନ୍ନାଇକୁ ୧୫୬ ରନ୍ର ଟାର୍ଗେଟ୍ ଦେଇଥିଲା। ଧୋନୀଙ୍କ ଫିନିଶିଂ ଶଟ ବଳରେ ଚେନ୍ନାଇ ୨୦ ଓଭର ଖେଳି ୭ ୱିକେଟ୍ ବିନିମୟରେ ଏହି ଟାର୍ଗେଟ ପୂରା କରିନେଇଛି। ତେବେ ଆଜିର ମ୍ୟାଚ୍ରେ ମୁମ୍ବାଇ ଭଳି ଚେନ୍ନାଇ ବି ଓିକେଟ୍ରୁ ଖାତା ଖୋଲିଥିଲା। ପ୍ରଥମ ଓଭର ପ୍ରଥମ ବଲ୍ରେ ୱିକେଟ୍ ହରାଇଥିଲା ଦଳ। ମୁମ୍ବାଇ ପକ୍ଷରୁ ଡାନିଏଲ୍ ସାମ୍ସ ପ୍ରଥମ ବୋଲିଂ କରିବାକୁ ଆସିଥିବା ବେଳେ ଚେନ୍ନାଇ ପକ୍ଷରୁ ରବିନ ଉତ୍ଥପା ଓ ରୁତୁରାଜନ ଗାଏକ୍ୱାଡ଼ ଓପନିଂ କରିଥିଲେ। ସାମ୍ସ ତାଙ୍କର ପ୍ରଥମ ବଲ୍ରେ ହିଁ ରୁତୁରାଜ ଗାଏକ୍ୱାଡ଼(୦)ଙ୍କ ୱିକେଟ୍ ଯାଇଥିଲା। ଏହାପରେ ଲଗାତର ଗୋଟିଏ ପରେ ଗୋଟଏ ୱିକେଟ୍ ଖସିବାକୁ ଲାଗିଲେ। ପୁଣି ୩ ଓଭର ଖେଳ ବେଳକୁ ପୁଣି ୱିକେଟ୍ ହରାଇଥିଲା ଚେନ୍ନାଇ। ୨.୩ ଓଭର୍ରେ ମିଚେଲ ସାଣ୍ଟେନର(୧୧) ଡାନିଏଲଙ୍କର ଦ୍ୱିତୀୟ ଶିକାର ହୋଇଥିଲେ। ଲଗାତର ଦୁଇଟି ୱିକେଟ୍ ପଡ଼ିବା ପରେ ଦଳ ଉପରେ ଚାପ ପଡ଼ିଥିଲା। ଏହାପରେ ତୃତୀୟ ୱିକେଟ ପାଇ ଆସିଥିବା ଅମ୍ବାତି ରାଇଡୁ ଉତ୍ଥାପାଙ୍କ ସହ ମିସି ଖେଳକୁ ୬୬ ରନ୍ ପର୍ଯ୍ୟନ୍ତ ଟାଣି ନେଇଥିଲେ। ଉଭୟଙ୍କ ମଧ୍ୟରେ ୩୯ ବଲ୍ରେ ୫୦ ରନ୍ ପାର୍ଟନର୍ସିପ ହୋଇଥିଲା। ହେଲେ ୮ ଓଭର ଖେଳ ଶେଷରେ ଉତ୍ଥାପାଙ୍କ ୱିକେଟ ଯାଇଥିଲା। ଉନଡକଡ ବଲ୍ରେ ବ୍ରେଭିସ୍ଙ୍କୁ କ୍ୟାଚ୍ ଦେଇଥିଲ ଉତ୍ଥାପା। ସେ ମାତ୍ର ୨୫ ବଲ୍ ଖେଳି ୩୦ ରନ୍ କରିଥିଲେ।
ପୁଣି ହାରିଲା ମୁମ୍ବାଇ, ଛକ୍କା, ଚୌକା ମାରି ମ୍ୟାଚ୍ ଜିତାଇଲେ ବେଷ୍ଟ ଫିନିଶର ଧୋନୀ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ