ମାଲକାନଗିରି : ମାଓବାଦୀଙ୍କ ପୁଣି ବଡ଼ ଧରଣର ଲଙ୍କାକାଣ୍ଡ। ଯାତ୍ରୀବାହୀ ବସ୍କୁ ଜାଳିଦେଲେ ଲାଲ୍ବାହିନୀ। ମାଲକାନଗିରି ଜିଲ୍ଲା ସୀମାନ୍ତ କତୁର ନିକଟରେ ବସ୍ରେ ନିଆଁ ଲଗାଇ ଦେଇଛନ୍ତି। ପ୍ରଥମେ ଯାତ୍ରୀଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ। ପରେ ସେଥିରେ ନିଆଁ ଲଗାଇ ଦେଇଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବସ୍ଟି ଉମରକୋଟରୁ ହାଇଦ୍ରାବାଦକୁ ଯାଉଥିଲା। ଦଣ୍ଡକାରଣ୍ୟ ଡିଭିଜନ ମାଓ ସଙ୍ଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବାବେଳେ ମାଓବାଦୀମାନେ ଏଭଲି ହିଂସାକାଣ୍ଡ ଘଟାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ପୁଣି ମାତିଲେ ମାଓବାଦୀ, ଯାତ୍ରୀବାହୀ ବସ୍କୁ ଜାଳିଦେଲେ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ