ନୂଆଦିଲ୍ଲୀ,୧୨/୦୨: ୟୁକ୍ରେନ ସଙ୍କଟ ଦିନକୁ ଦିନ ଗୁରୁତର ହେବାରେ ଲାଗିଛି । ଶନିବାର ଆମେରିକା ଓ ଋଷ ରାଷ୍ଟ୍ରପତି ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା କରିବା ନେଇ କାର୍ଯ୍ୟକ୍ରମ ରହିଛି । ତେବେ ଏହା ପୂର୍ବରୁ ଆମେରିକା ୟୁକ୍ରେନ ନିକଟସ୍ଥ ନାଟୋ ଦେଶକୁ ସୈନ୍ୟ ପଠାଇବା ଆରମ୍ଭ କଲାଣି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୩ ହଜାର ଆମେରିକୀୟ ସୈନିକଙ୍କୁ ପୋଲାଣ୍ଡ ପଠାଇଛନ୍ତି । ପୂର୍ବରୁ ପୋଲାଣ୍ଡରେ ଆମେରିକାର ୧୭୦୦ ସୈନିକ ରହିଛନ୍ତି । ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ୟୁକ୍ରେନ ଉପରେ ଋଷ ଆକ୍ରମଣ ନେଇ ନାଟୋ ଦେଶ ଚିନ୍ତିତ ଅଛନ୍ତି । ତେଣୁ ଆମେରିକା ନାଟୋ ସହଯୋଗୀ ଦେଶଙ୍କୁ ସାମରିକ ଶକ୍ତି ଯୋଗାଉଛି । ପେଣ୍ଟାଗନର ସୂଚନା ଅନୁସାରେ, ୩ ହଜାର ସୈନିକଙ୍କୁ ପୋଲାଣ୍ଡ ପଠାଯାଉଛି । ଏହି ସୈନିକମାନେ ଉତ୍ତର କେରାଲିନାରେ ନିୟୋଜତ ଅଛନ୍ତି । ସମସ୍ତ ସୈନିକ ୟୁଏସ ୮୨ ଏୟାରବର୍ଣ୍ଣ ଡିଭିଜନର ଅଟନ୍ତି । ୟୁଏସ ସ୍ପଷ୍ଟ କରିଛି ଯେ, ସୈନିକମାନେ ୟୁକ୍ରେନ ଓ ଋଷ ମଧ୍ୟରେ ହେବାକୁ ଥିବା ସମ୍ଭାବିତ ଯୁଦ୍ଧରେ ସାମିଲ ହେବେ ନାହିଁ । ସେମାନେ କେବଳ ନାଟୋ ଦେଶ ସୈନ୍ୟଙ୍କୁ ଟ୍ରେନିଂ ଦେବେ । ପୋଲାଣ୍ଡର ସୀମା ୟୁକ୍ରେନ ଓ ଋଷ ସହ ଲାଗିଥିବାରୁ ଅଧିକ ସଙ୍କଟ ରହିଛି ।ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସମ୍ଭାବିତ ଯୁଦ୍ଧକୁ ନେଇ ଚିନ୍ତିତ ଅଛନ୍ତି । ସେ ନିଜ ନାଗରିକଙ୍କୁ ୟୁକ୍ରେନ ଛାଡି ଫେରି ଆସିବାକୁ ନିର୍ଦ୍ଦେଶ ଦେଇଥିଲେ ।
ପୁଟିନ-ବାଇଡେନ୍ ଆଲୋଚନା ପୂର୍ବରୁ ଆମେରିକାର ନୂଆ ଚାଲ୍, ପୋଲାଣ୍ଡକୁ ପଠାଇଲା ୩୦୦୦ ସୈନିକ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ