ଭଞ୍ଜନଗର : ରାଜନୈତିକ ସଂଘର୍ଷ ନେଲା ଜୀବନ । ଘରୁ ଡାକି ନେଇ ଯୁବକଙ୍କୁ ରାସ୍ତା ଉପରେ ପିଟି ପିଟି ମାରିଦେଲେ। ଏପରି ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା କଳିଆଗୁଡା ଗ୍ରାମରେ ଘଟିଛି। ମୃତକ ହେଲେ କଳିଆଗୁଡା ଗ୍ରାମର ୨୫ ବର୍ଷୀୟ ଅମର ରାଉତ । ଏହି ଆକ୍ରମଣରେ ଅମରଙ୍କ ସାଙ୍ଗ ୨୪ ବର୍ଷୀୟ ଶିବରାମ ପ୍ରଧାନ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଅମର ଓ ଶିବରାମ ଗୋଟିଏ ଗାଁର ହୋଇଥିବା ବେଳେ ସେମାନେ ସାଙ୍ଗ ଅଟନ୍ତି। ଅମରଙ୍କର ପୂର୍ବରୁ କିଛି ଯୁବକଙ୍କ ସହ ଛକାପଞ୍ଝା ଲାଗି ରହିଥିଲା। ଗତକାଲି ଏହି ଘଟଣାର ମିମାଂସା କରିବାକୁ ଜଣେ ଯୁବକ ସନ୍ଧ୍ୟାରେ ଅମରଙ୍କୁ ତାଙ୍କ ଘରୁ ଡାକି ନେଇଥିଲା। ଅମର ଯିବା ବେଳେ ଶିବରାମକୁ ବି ସାଙ୍ଗରେ ନେଇ ଯାଇଥିଲେ।
ପିଟି ପିଟି ଯୁବକଙ୍କ ଜୀବନ ନେଲେ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ