ଆଠମଲ୍ଲିକ ୨୯।୦୮: ପିକଅପ୍ ଭ୍ୟାନ୍ରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ। ଭ୍ୟାନ୍ ଛାଡ଼ି ଡ୍ରାଇଭର୍ ଫେରାର୍। ବନବିଭାଗ ଓ ପୋଲିସର ତଦନ୍ତ ଜାରି । ଖବର ଅନୁଯାୟୀ, ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ରାଜିଙ୍ଗ ଗାଁର କେନ୍ଦୁପତ୍ର ଚାଲାଣ ହେଉଥିଲା । ଏନେଇ ଖବର ମିଳିବା ପରେ ବନ ବିଭାଗ ଚଢାଉ କରିଥିଲା। ବନ କର୍ମଚାରୀଙ୍କୁ ଦେଖିବା ପରେ ଡ୍ରାଇଭର୍ ଗାଡି ଛାଡ଼ି ଫେରାର୍ ହୋଇଯାଇଥିଲା। ବନ ବିଭାଗ କେନ୍ଦୁପତ୍ର ବୋଝେଇ ପିକଅପ୍ ଭ୍ୟାନ୍କୁ ରେଞ୍ଜ୍ ଅଫିସକୁ ଆଣିଛି। ସୋମବାର କେନ୍ଦୁପତ୍ରର ମୂଲ୍ୟ ଆକଳନ କରାଯାଇ କେନ୍ଦୁପତ୍ର ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।
ପିକ୍ଅପ୍ ଭ୍ୟାନ୍ରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ, ଡ୍ରାଇଭର ଫେରାର୍

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ