ନୂଆଦିଲ୍ଲୀ: ପର୍ବପର୍ବାଣୀ ସମୟରେ ଯାତ୍ରୀଙ୍କ ଗମନାଗମନ ଭିଡ଼କୁ ଦେଖି ରେଳ ବିଭାଗ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଘୋଷଣା କରିଛି। ଦୀପାବଳି ଓ ଛଟ୍ପୂଜା ପାଇଁ ୨୪୨ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ପ୍ରଥମ ଥର ପାଇଁ ପର୍ବପର୍ବାଣୀ ସମୟରେ ଏତେ ସଂଖ୍ୟାରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଘୋଷଣା କରିଛି ରେଳ ବିଭାଗ। ବର୍ତ୍ତମାନ ସୁଧା ୮୦ ସ୍ୱତନ୍ତ୍ର ଟ୍ରେନ୍ ଦୀପାବଳି ପାଇଁ ଚାଲୁଛି। ପର୍ବପର୍ବାଣୀ ସମୟରେ ଯାତ୍ରୀଙ୍କ ଭିଡ଼କୁ ଦେଖି ରେଳ ବିଭାଗକୁ ମନ୍ତ୍ରାଳୟ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ କିଛିଦିନ ହେଲା ଷ୍ଟେସନରେ ଯାତ୍ରୀଙ୍କ ଭିଡ଼ ଦେଖି ସ୍ଥିତି ନିୟନ୍ତ୍ରଣ କରିବା ପାଇଁ କଣ୍ଟ୍ରୋଲ୍ ରୁମରେ ସ୍ୱତନ୍ତ୍ର ଷ୍ଟାଫ୍ ଓ ଅଧିକ ରେଳବାଇ ପୁଲିସକୁ ମୁତୟନ କରାଯାଇଛି। ନିୟମିତ ଟ୍ରେନ୍ ବ୍ୟତୀତ ଯାତ୍ରୀଙ୍କ ଭିଡ଼କୁ ଦେଖି ଆଉ ୨୪୨ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ କେନ୍ଦ୍ର ରେଳବାଇ ଯୋଜନା କରିଛି। ପୂର୍ବରୁ ପାର୍ବଣ ଋତୁରେ ଏତେ ମାତ୍ରାର ଟ୍ରେନ୍ ଚାଲିନଥିଲା। ବର୍ତ୍ତମାନ ସୁଧା ବିଭିନ୍ନ ଷ୍ଟେସନ୍ରେ ୫୪ ଟ୍ରେନ୍ ଚାଲୁଥିବା ବେଳେ ୧୮୮ ଟ୍ରେନ୍ ଆରମ୍ଭ ଅପେକ୍ଷାରେ ଅଛି। ୨୪୨ ଟ୍ରେନ୍ ମଧ୍ୟରୁ ଅତିରିକ୍ତ ୪ ଟ୍ରେନ୍ ପୁଣେରୁ ବିହାର ଚାଲିବାକୁ ଯୋଜନା ରହିଛି। ପ୍ରତି ଟ୍ରାକ୍ ଦୁଇଟି ଟ୍ରେନ୍ ଚାଲିବ ବୋଲି ଯଜୋନା ରହିଛି।
ପାର୍ବଣ ସମୟରେ ଯାତ୍ରୀଙ୍କ ଭିଡ଼ ଦେଖି ୨୪୨ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବ ରେଳବାଇ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ